Sunday, November 15, 2026
Home ଆଞ୍ଚଳିକ ରାଷ୍ଟ୍ରୀୟ ସାମାଜିଜ ନ୍ୟାୟମଞ୍ଚ ଜଟଣୀ ଶାଖା ପକ୍ଷରୁ ଶାନ୍ତିପୂର୍ଣ ଆନ୍ଦୋଳନ ଏବଂ ଗଣମାଧ୍ୟମକୁ ବାର୍ତ୍ତା

ରାଷ୍ଟ୍ରୀୟ ସାମାଜିଜ ନ୍ୟାୟମଞ୍ଚ ଜଟଣୀ ଶାଖା ପକ୍ଷରୁ ଶାନ୍ତିପୂର୍ଣ ଆନ୍ଦୋଳନ ଏବଂ ଗଣମାଧ୍ୟମକୁ ବାର୍ତ୍ତା

10

ଜଟଣୀ, ୭/୯/୨୧(ଜିଲ୍ଲା ଖବର): -ସ୍ଥାନୀୟ ପୋଷ୍ଟ ଅଫିସ ଛକ ‘ମୋ ଜଟଣୀ ‘ଠାରେ ଗୁରୁଜୀ ମାନସ ଦାଶ ଗିରଫ ପ୍ରତିବାଦରେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଜଟଣୀ ଶାଖା ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହୋଇଯାଇଛି l ସୂଚନା ମୁତାବକ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାଶଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଏବଂ ହତ୍ୟା ଅଭିଯୋଗରେ ଖୋର୍ଦ୍ଧା ପୋଲିସ ଏକ ମାମଲା ୠଜୁକରି ନିଜ ବାସଭବନରୁ ଗିରଫ କରି ହାଜତକୁ ପଠାଇ ଦିଆଯାଇଥିଲା l ଏହାର ପ୍ରତିବାଦରେ ମାନବବାଦ ସଂଗଠନର ମୁଖ୍ୟ ଗୁରୁଜୀଙ୍କ କିଛି ସମର୍ଥକ ତଥା ରାଷ୍ଟ୍ରୀୟ ସାମାଜିଜ ନ୍ୟାୟମଞ୍ଚ ଜଟଣୀ ଶାଖା ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ସ୍ୱରୂପ ପୋଷ୍ଟ ଅଫିସ ଛକ ଠାରେ ଏକ ସାମ୍ବାଦିଜ ସମ୍ମିଳନୀ କରିଥିଲେ l ଗୁରୁଜୀଙ୍କ ପରମ ଭକ୍ତ ଦୀପକ କୁମାର ଜେନା କୁହନ୍ତି ତାଙ୍କ ଜୀବନରେ ଯେତେବେଳେ ଅନ୍ଧକାର ଘୋଟି ଆସିଥିଲା ସେହି ସମୟରେ ଗୁରୁଜୀ ତାଙ୍କୁ ଉତ୍ତମ ରାସ୍ତା ଦେଖାଇଥିଲେ l ୨୦୨୦ ମସିହାରେ ସେ ମଦପିଈ ମାତାଲ ଅବସ୍ଥାରେ ବୁଲୁଥିଲି l ତାଙ୍କୁ ଗୁରୁଜୀ ବୁଝାଇ କହିଥିଲେ ନିଶା ସେବନ ଦ୍ୱାରା ମଣିଷ ବିପଥଗାମୀ ହୋଇ ଅନେକ ଅନ୍ୟାୟ କାର୍ଯ୍ୟରେ ଲିପ୍ତରହି ସମାଜର ଅମଙ୍ଗଳ ଚିନ୍ତା କରନ୍ତି l ପରିବାରରେ ଅଶାନ୍ତି ବଢେ l ନିଶାକୁ ପରିତ୍ୟାଗ କରି ସମାଜରେ ଜଣେ ଭଲ ମଣିଷରୂପେ ବଂଚିବା ଶିଖ l ତେଣୁ ସେହି ଦିନଠାରୁ ଆଜିପର୍ଯ୍ୟନ୍ତ ମୁଁ ଭଲରେ ଅଛି l ଉପସ୍ଥିତ ମାଆ ଓ ଭଉଣୀ ମାନେ କୁହନ୍ତି ଗୁରୁଜୀଙ୍କ ବିରୁଦ୍ଧରେ ଯେଉଁ ଗୁଜବ ତଥା ବିବାହିତ ନାରୀମାନେ ଶିନ୍ଦୂର ପିନ୍ଧିବେ ନାହିଁ, ଘରର ବ୍ୟକ୍ତି ମଲେ ତାଙ୍କ ଶୁଦ୍ଧିକାର୍ଯ୍ୟ ମନା, ପୂଜା ପାଠ ମନା ଏସବୁ ମିଥ୍ୟା l ତାଙ୍କ ବିରୁଦ୍ଧରେ ଏହା ଏକ ଶଢଯନ୍ତ୍ର l ଆମ୍ଭମାନଙ୍କୁ ଗୁରୁଜୀ କୌଣସି ଅନ୍ୟାୟର ବାଟ ଦେଖାଇ ନାହାନ୍ତି l ସବୁବେଳେ କୁହନ୍ତି ତୁମ୍ଭେମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖ ସବୁ ଅସୁବିଧାର ସମାଧାନ ହୋଇଯିବ l ସେମାନେ କୁହନ୍ତି ପୋଲିସ ଯେଉଁ କିଛି କୂଚକ୍ରାନ୍ତ ବ୍ୟକ୍ତିଙ୍କ ମିଥ୍ୟା ପ୍ରଚାରରେ ଆମର ଗୁରୁଜୀଙ୍କୁ ଗିରଫ କରି ଜେଲରେ ରଖିଛନ୍ତି ସରକାର ତାର ସତ୍ୟାସତ୍ୟ ଅନୁସନ୍ଧାନ କରି ଯଥା ଶୀଘ୍ର ନ୍ୟାୟ ପ୍ରଦାନ କରି ଗୁରୁଜୀଙ୍କୁ ଜେଲରୁ ମୁକ୍ତି କରନ୍ତୁ l ନଚେତ ଆଗାମୀ ଭବିଷ୍ୟତରେ ବଡ ଧରଣର ଆନ୍ଦୋଳନ ଶୃଷ୍ଟି ହେବ । ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର