Tuesday, November 17, 2026
Home ଆଞ୍ଚଳିକ ବଜ୍ରପାତରେ ଗଲା ଚାଷୀଙ୍କ ଜୀବନ; ସରକାରୀ ସହାୟତା ଦାବୀ

ବଜ୍ରପାତରେ ଗଲା ଚାଷୀଙ୍କ ଜୀବନ; ସରକାରୀ ସହାୟତା ଦାବୀ

7

ବେଲଗୁଣ୍ଠା, ୭/୯/୨୧(ଜିଲ୍ଲା ଖବର):
ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ପବନ ଲାଗି ରହିଥିଲା।ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା।ବେଲଗୁଣ୍ଠା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି।କୁରୁଳେଇ ଗ୍ରାମରେ ବଜ୍ରାଘାତ ଘଟି ଜଣଙ୍କ ପ୍ରାଣହାନି ହୋଇଛି।ମୃତକ ଚାଷୀ ଜଣକ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କୁରୁଳେଇ ଗ୍ରାମର ପ୍ରଫୁଲ ସ୍ବାଇଁ ୬୦,,ଦୀର୍ଘଦିନ ହେଲା ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜିର ବର୍ଷା ଯୋଗୁଁ ଚାଷୀମାନେ ନିଜ ନିଜ ଜମିରେ କାମ କରୁଥିବା ବେଳେ ହାଠାତ୍ ୧ଘଣ୍ଟା ୧୫ ମିନଟ ସମୟରେ ବଜ୍ରାଘାତ ଘଟିବାରୁ ସେମାନେ କୁଆଡେ ଯାଇ ନପାରି ଜମିରେ ରହିଥିଲେ । ବଜ୍ରପାତ ଯୋଗୁଁ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ଅନ୍ୟ ଜମିରେ କାମ କରୁଥିବା ଚାଷୀମାନେ ଏହାଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପ୍ରଫୁଲଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ବର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବେଲଗୁଣ୍ଠା ପୋଲିସ ପହଞ୍ଚି ୧୭/୨୧, ରେ ଏକ ଅପମୃତୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଭଞ୍ଜନଗର ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି । ସେହିପରି ତନରଡ଼ା ଗ୍ରାମର ଛବିତା ଡାକୁଆ ମଧ୍ୟ ଜମିକୁ ଧାନରୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଥିଲେ । ଏ ନେଇ ବେଲଗୁଣ୍ଠା ଥାନାରେ ୧୮/୨୧, ରେ ଆଉ ଏକ ଅପ ମୃତୁ ମାମଲା ରୁଜୁହେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।ମୃତକ ଦୁହେଁ ଗରିବ ଚାଷୀ ପରିବାର ହୋଇଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି।
ରିପୋର୍ଟ-ଶିବରାମ ଚୌଧୁରୀ