Sunday, November 15, 2026
Home ଆଞ୍ଚଳିକ ବୋଲେରୋ ଚୋରି ଘଟଣା ର ପର୍ଦ୍ଧାଫାସ, ପାଞ୍ଚ ଗିରଫ

ବୋଲେରୋ ଚୋରି ଘଟଣା ର ପର୍ଦ୍ଧାଫାସ, ପାଞ୍ଚ ଗିରଫ

10

ସୋରଡା,୬/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ପୋଲିସ ଲୁଟ ମାମଲାର ପର୍ଦ୍ଧାଫାସ କରିଛି।ଗତ ଏପ୍ରିଲ ୧୩ ତାରିଖ ସନ୍ଧ୍ୟା ସମୟରେ ଖଜୁରୀଢ଼ିଅ ଛକ ଠାରେ ବୋଲେରୋ ଗାଡିକୁ ଅଟକାଇ ଡ୍ରାଇଭରକୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ତାଠାରୁ ଦୁଇଟି ମୋବାଇଲ ,ଚାରି ହଜାର ଟଙ୍କା, ବୋଲେରୋଟିକୁ ଲୁଟ କରି ନେଇଥିଲେ ଦୁର୍ବୃତ୍ତ।ଡ୍ରାଇଭର ସୁଶାନ୍ତ ମନ୍ତ୍ରୀଙ୍କ ଏତଲାକୁ ଭିତି କରି ତଦନ୍ତ ଚଳାଇଥିଲା ବଡ଼ଗଡ଼ ପୋଲିସ।ଆଜି ସେହି ଘଟଣା ରେ ଚାରି ଜଣଙ୍କୁ ଗିରଫ କରବା ସହ ଚୋରି ସାମଗ୍ରୀ କିଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ବୋଲେରୋ ଶହ ଗୋଟିଏ ମୋବାଇଲ ଉଦ୍ଧାର କରିବା ସହ ଲୁଟରେ ବ୍ୟବହୃତ ପିସ୍ତଲ ଟିକୁ ମଧ୍ୟ ଜବତ କରିଛି ପୋଲିସ।ଆଜି ବଡଗଡ଼ ପୋଲିସ ବିଲେରୋ ମଳିକଙ୍କୁ ଗାଡି ମୋବାଇଲ ଫେରାଇଛି।