Wednesday, October 14, 2026
Home ଆଞ୍ଚଳିକ ଜଳ ଯୋଗାଣ ପ୍ରକଳ୍ପ ଶୁଭ ଉଦଘାଟନ

ଜଳ ଯୋଗାଣ ପ୍ରକଳ୍ପ ଶୁଭ ଉଦଘାଟନ

30

ରାୟଗଡା, ୬–୯–୨୦୨୧(ଜିଲ୍ଲା ଖବର) :

ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ରାୟଗଡ଼ା ବ୍ଲକର ମିରାବାଲି ଗ୍ରାମ ପଞ୍ଚାୟତ ସନ୍ଦୁବଡ଼ି ଗ୍ରାମରେ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ଶୁଭ ଉଦଘାଟନ ହୋଇଯାଇଛି । ମିରାବାଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିଳୀମା ପୁଆଲା ଏବଂ ନାୟକ ସରପଞ୍ଚ ସାନନ୍ଦ ବାଞ୍ଚିଲି ଉଦଘାଟନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକର ଯୁବନେତା ତଥା ଯୁବ ସଂଘଠକ ପ୍ରତାପ ପୁଆଲା ଯୋଗଦେଇ ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଇବା ସହ ସରକାରଙ୍କର ସମସ୍ତ ଯୋଜନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବକ ଯୁବତୀ ମାନେ ଆଗକୁ ଆସି ସମସ୍ତ କ୍ଷେତ୍ରରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ସନ୍ଧୁବାଡ଼ି ଏବଂ ଜାନିସାହି ର ପ୍ରାୟ ଦୁଇ ହଜାର ପରିବାର ସୁଧ ପାଣି ପାଇବା ସହ ଉପକୃତ ହେବେ ବୋଲି ଶ୍ରୀ ପ୍ରତାପ ପୁଆଲା ପ୍ରକାଶ କରିଥିଲେ । ବହୁତ ଦିନ ଧରି ଏହି ଅଞ୍ଚଳ ରେ ପାଣିର ସମସ୍ୟା ଲାଗିରହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ପୂଆଲା ଏବଂ ସରପଞ୍ଚ ନିଳୀମା ପୁଆଲା ଜିଲ୍ଲା ପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହ ଯୁଦ୍ଧ ଭିତ୍ତିକ କ୍ଷେତ୍ରରେ ଉକ୍ତ ପ୍ରକଳ୍ପ ଉଦଘାଟନ କରିଥିବାରୁ ପଞ୍ଚାୟତରେ ଜଳସାଧନ ସାଧୁବା ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ କୋଟେଶ୍ୱର ଗାଣ୍ଟା , ପ୍ରେମ ପାଣି , ଚକ୍ର ପାଣି , ଦିଆ ବାଚିଲି , ପରିଚାଳନା କରିଥିବା ବେଳେ ପଞ୍ଚାୟତର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଏବଂ ଗ୍ରାମ୍ୟ ଜଳ ଯୋଗାଣ କର୍ମକର୍ତ୍ତା ଯୋଗଦେଇଥିଲେ ।

ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ