
ଗଞ୍ଜାମ,୬/୯/୨୧,(ଜିଲ୍ଲା ଖବର):
ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ର ଚଢ଼ାଉ l 53 କେଜି ରୁ ଉର୍ଦ୍ଧ ପରିମାଣର ଗଞ୍ଜେଇ ସହିତ ଦୁଇ ଗଞ୍ଜେଇ ମାଫିଆ ଗିରଫ ଓ ଗୋଟିଏ ମହିନ୍ଦ୍ରା ମେକ୍ସ ପିକଅପ ଭେନ, ଗୋଟିଏ ମୋଟର ସାଇକେଲ ଜବତ l ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଣ୍ଡଦେଉଳି ଗାଁ ନିକଟରେ ଆଜି ସକାଳ 5 ଟା ସମୟରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ଗୋଟିଏ ପିକଅପ ଭେନ ରୁ ପାଖାପାଖି 53 କେଜି ରୁ ଉର୍ଦ୍ଧ ପରିମାଣର ଗଂଜେଇ ସହିତ ଗୋଟିଏ ମୋଟର ସାଇକଲ ଜବତ କରିବାରେ ସଫଳ ହୋଇଛି ପୋଲିସ l ଏହା ସହିତ ପିକଅପ ଭେନ ର ଡ୍ରାଇଭର କନ୍ଧମାଳ ବାଲିଗୁଡା ଅଞ୍ଚଳର ସରୋଜ ଦିଗଲ ଓ ଗଞ୍ଜେଇ ମାଫିଆ ଆସିକା ଥାନା ନଳବଣ୍ଟା ର ବାସୁଦେବ ଗୌଡ଼ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆସିକା SDPO ଉମା ଶଙ୍କର ସିଂ l ଅନ୍ୟପଟେ ଏତେ ପରିମାଣର ଗଞ୍ଜେଇ କେଉଁଠାରୁ କେଉଁଠାକୁ ଚାଲାଣ ହେଉଥିଲା ତାହାର ଅନୁସନ୍ଧାନ ଜାରିରଖିଛି ପୋଲିସ l
ଆସିକାରୁ କମଳେନ୍ଦୁ ହୋତା ଜିଲ୍ଲା ଖବର ।


