
ହିଞ୍ଜିଳିକାଟୁ,୬/୯,(ଜିଲ୍ଲା ଖବର):
ରବିବାର ୪ ଟା ସମୟରେ ବଜ୍ରପାତ ଘଟି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ବଉଳଘାଇ ଗ୍ରାମର ଭଞ୍ଜ ଭୂୟାଁ ଙ୍କ ସ୍ତ୍ରୀ ପ୍ରତିମା ଭୁୟାଁ (୪୨) ବୋଲି ଜଣାପଡ଼ିଛି। ଏନେଇ ହିଞ୍ଜିଳି ଥାନାରେ କେସ ନଂ,୯/୨୧ରେ ଏକ
ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ମୃତଦେହକୁ ଜବତ କରିଛି।ସୋମବାର ବ୍ୟବଛେଦ ସକାଶେ
ମୃତଦେହକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଥାନା ଏଏସଆଇ ତଥା ଆଡପଡା ଫାଣ୍ଡି ଅଧିକାରୀ ରାଜନ ବିଷୋୟୀ କହିଛନ୍ତି।ସୂଚନା ଯୋଗ୍ୟ ଯେ ମହିଳା ଜଣଙ୍କ ଚାଷ ଜମିରେ କାମ କରୁଥିବା ସମୟରେ ଅପରାହ୍ନ୫ବେଳେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା ଠିକ ସେହି ସମୟରେ ବଜ୍ରପାତ ହବା ଯୋଗୁଁ ମହିଳା ଜଣଙ୍କ ଚାଷ ଜମିରେ ହିଁ ଟଳି ପଡ଼ିଥିଲେ।ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଆଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହିଞ୍ଜିଳିକାଟୁ ରୁ ତାପସ କୁମାର ପଣ୍ଡା


