Tuesday, October 13, 2026
Home ଅପରାଧ ଗିରଫ ହେଲେ ଅଭିନେତ୍ରୀ ଲୀନା

ଗିରଫ ହେଲେ ଅଭିନେତ୍ରୀ ଲୀନା

16

ନୂଆଦିଲ୍ଲୀ, ୦୬/୦୯/୨୧ (ଜିଲ୍ଲା ଖବର) : ଗିରଫ ହେଲେ ଫିଲ୍ମ ଅଭିନେତ୍ରୀ Leena Maria Paul । ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରା ଯାଇଛି । EOW

ଅଭିଯୁକ୍ତ ସୁକେଶ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ  MCOCA ଅଧୀନରେ ଏକ ମାମଲା ପଞ୍ଜୀକରଣ କରିଛି । ସୁକେଶ ଚାନ୍ଦଶେଖରଙ୍କ ପତ୍ନୀ ହେଉଛନ୍ତି ଲୀନା ମାରିଆ ପଲ ।  ପୂର୍ବରୁ ଚର୍ଚ୍ଚାରେ ରହିଥିବା ୨୦୦ କୋଟି ଟଙ୍କା ଚୋରୀ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ସୁକେଶ ଚନ୍ଦ୍ରଶେଖରଙ୍କୁ ପଚରାଉଚୁରା କରିବା ପରେ, ଲୀନା ମାରିଆ ପଲଙ୍କୁ ଗିରଫ କରିଛି ପୁଲିସ୍ । ଏହା ସହିତ ସୁକେଶ ଓ ତାଙ୍କର ଅନ୍ୟ ସହଯୋଗୀ ମଧ୍ୟ ଗିରଫ ହୋଇ ସାରିଛନ୍ତି  । ରିମାଣ୍ଡରେ ନେଇ ପୁଲିସ ଏହି ଘଟଣାରେ ପଚରାଉଚୁରା କରୁଛି । ତାଙ୍କ ବିରୋଧରେ ପୁଲିସ MCOCA ଏକ ମାମଲା ରୁଜୁ କରିଛି । ଏହା ସହିତ,ଏହି ଠକେଇ ମାମଲାରେ ଇଡି  ମଧ୍ୟ ଯାଂଚ କରୁଛି ।