Sunday, November 15, 2026
Home ଆଞ୍ଚଳିକ ଇଡି କାର୍ଯ୍ୟାଳୟରେ ମମତାଙ୍କ ପୁତୁରା

ଇଡି କାର୍ଯ୍ୟାଳୟରେ ମମତାଙ୍କ ପୁତୁରା

10

ନୂଆଦିଲ୍ଲୀ,୦୬/୦୯/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗରେ କୋଇଲା ଦୁର୍ନୀତି ଅଭିଯୋଗରେ ଟଙ୍କା ହେରଫେର ମାମଲାରେ ଟିଏମସି ସାଧାରଣ ସମ୍ପାଦକ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ ତାଙ୍କୁ ପଚରାଉଚରା ପାଇଁ ଇଡି ଦେଇଥିବା ବିଜ୍ଞପ୍ତି ଆଧାରରେ ସେ ସୋମବାର ଇଡିରେ ହାଜର ହୋଇଛନ୍ତି। ତଦନ୍ତରେ ସେ କେନ୍ଦ୍ରୀୟ ଏଜେନ୍ସି ସହିତ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ତାଙ୍କ ପତ୍ନୀଙ୍କୁ ମଧ୍ୟ ଏଜେନ୍ସି ଡକାଯାଇଥିଲା, କିନ୍ତୁ ସେ କରୋନା ମହାମାରୀକୁ ବାହାନା  ଦର୍ଶାଇ ତାଙ୍କ ଘରେ ପଚରାଉଚରା ପାଇଁ ଅନୁରୋଧ କରିଥିଲେ। ଅଭିଷେକ ବାନାର୍ଜୀ ଲୋକସଭାରେ ଡାଇମଣ୍ଡ  ହାର୍ବର ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ତୃଣମୁଣ କଂଗ୍ରେସ (ଟିଏମସି) ର ଜାତୀୟ ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି।