Sunday, November 15, 2026
Home ଆଞ୍ଚଳିକ ନୀତୁ କହିଲେ କ’ଣ ଥିଲା,ଋଷି କପୁରଙ୍କ ଦୁଇଟି ବଡ ଇଚ୍ଛା

ନୀତୁ କହିଲେ କ’ଣ ଥିଲା,ଋଷି କପୁରଙ୍କ ଦୁଇଟି ବଡ ଇଚ୍ଛା

11

ନୂଆଦିଲ୍ଲୀ, ୦୬/୦୯/୨୧ (ଜିଲ୍ଲା ଖବର) : ବଲିଉଡର ବରିଷ୍ଠ ଅଭିନେତା ଋିଷି କପୁର ଆଉ ଏ ଦୁନିଆଁରେ ନାହାଁନ୍ତି । ତାଙ୍କ ଯିବାର  ବର୍ଷେରୁ ଉର୍ଦ୍ଧ ସମୟ ବିତି ସାରିଛି ।  ହେଲେ ଏବେବି ତାଙ୍କ ପତ୍ନୀ ନୀତୁ କପୁର, ସୋସିଆଲ ମିଡିଆରେ ଫଟୋ ,ଭିଡିଓ ମାଧ୍ୟମରେ ତ, କେତେବେଳେ ଇଣ୍ଟରଭ୍ୟୁ ମାଧ୍ୟମରେ ସେ ଋିଷି କପୁରଙ୍କ ସହ ଯୋଡି ହୋଇଥିବା ସ୍ମୁତି ସେୟାର କରନ୍ତି । ତେବେ ଠିକ୍ ସେମିତି ନିକଟରେ ନୀତୁ କପୁର,ଋିଷି କପୁରଙ୍କ ଦୁଇଟି ବଡ ଇଚ୍ଛା ବିଷୟରେ ଖୁଲାସା କରିଛନ୍ତି । ଯେଉଁଥିରୁ ଗୋଟେ ତାଙ୍କ ପୁଅ ରଣବୀର କପୁରଙ୍କ ବିବାହ ସହ ଜଡିତ ଏବଂ ଅନ୍ୟଟି ତାଙ୍କ ପୈତୃକ ବଙ୍ଗଳା ସହ ଜଡିତ ।

ନିଜ ପରିବାରକୁ ବହୁତ୍ ଭଲ ପାଉଥିଲେ ଋିଷି କପୁର । ତେବେ ନିକଟରେ ଏକ ସାକ୍ଷାତକାରରେ ନୀତୁ କପୁର ,ଋିଷି କପୁରଙ୍କର ଦୁଇଟି ବଡ ଇଚ୍ଛା ପୁରା କରିବାକୁ ଚାହୁଁଥିବା କଥା କହିଛନ୍ତି । ନିତୁ କହିଛନ୍ତି ଯେ,’ରଣବୀରଙ୍କୁ ତାଙ୍କ ବିବାହରେ ଏକ ଘୋଡା ଚଢିବାର ଦେଖି ଥାଆନ୍ତେ,ପନ୍ନାରେ ପିନ୍ଧିଥିବା ପଗଡି,ପେଶଓ୍ବାରୀ ପରମ୍ପରା ଦେଖିବାକୁ ଇଚ୍ଛା ଥିଲା । ସେ ଏ ବିଷୟରେ ବେଶ ଭାବପ୍ରବଣ ଥିଲେ । ସବୁବେଳେ କହୁଥିଲେ ଯେ, ଦିନେ ମୁଁ ଆମ ପୁଅକୁ ଘୋଡା ଚଢିବାର ଦେଖିବାକୁ ଚାହେଁ । ଦ୍ବିତୀୟ ଇଚ୍ଛାଟି ଥିଲା, ପାଲି ହିଲରେ ଥିବା କୃଷ୍ଣରାଜ ବଙ୍ଗଳା ପାଇଁ ଥିଲା, ଯାହା ହେଉଛି ୩୫ ବର୍ଷ ଧରି ତାଙ୍କ ସନ୍ତାନ ରଣବୀର ଏବଂ ରିଦ୍ଧିମାଙ୍କ ଘରେ ପରିଣତ ହୋଇଥିଲା । ଏହି ବଙ୍ଗଳାକୁ ସେ ପୁନଃ ବିକାଶ କରିବାକୁ ଚାହୁଁଥିଲେ ।