
ଭୁବନେଶ୍ୱର, ୦୬/୦୯/୨୧ (ଜିଲ୍ଲା ଖବର) : ରାଜରାସ୍ତାକୁ ଓହ୍ଲାଇଲେ +୨ Drop out ଓ Ex Regular ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳରେ ହୋଇଥିବା ପକ୍ଷପାତିତା ବିରୋଧରେ ଭୁବନେଶ୍ୱର ମାଷ୍ଟର କାଣ୍ଟିନ୍ ଛକରୁ ଆରମ୍ଭ କରି ନବୀନ ନିବାସ ଅଭିମୁଖେ ରାଲି ଆରମ୍ଭ କରିଛନ୍ତି । ନବୀନ ନିବାସ ଯିବା ବାଟରେ ସେମାନଙ୍କୁ ଅଟକାଇଛି ପୋଲିସ । ଶେଷରେ ରାସ୍ତାରେ ବସି ବର୍ଷାରେ ଓଦା ହୋଇ କରିଛନ୍ତି ପ୍ରତିବାଦ ।
ଏହା ସହ ସେମାନଙ୍କର ମୁଖ୍ୟ ଦାବି ରହିଛି- ସମସ୍ତ Drop-out ଓ Ex-regular ପିଲାଙ୍କୁ ଦଶମ ମାର୍କ ଆଧାରରେ ମୂଲ୍ୟାୟନ କରାଯାଉ ଏବଂ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କୁ ତୁରନ୍ତ ବହିଷ୍କାର କରାଯାଉ ।


