
୦୬/୦୯/୨୧ (ଜିଲ୍ଲା ଖବର) : ବିଦେଶୀ ମାଟିରେ ଭାରତ ପାଇଁ ସର୍ବଦା ଭଲ ପ୍ରଦର୍ଶନ କରୁଥିବା ରାହାଣେ ଏବେ ତାଙ୍କ ପୁରୁଣା ଲୟରେ ନାହାନ୍ତି। ନିକଟରେ ଚାଲିଥିବା ଇଂଲଣ୍ଡ ବିପକ୍ଷ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରାହାଣେ ଏକମାତ୍ର ଅର୍ଦ୍ଧସତକ ସହ 15.57 ହାରରେ 109 ରନ କରିଛନ୍ତି।
ତେବେ ତାଙ୍କ ପୁରୁଣା ଫର୍ମକୁ ଫେରିବା ପାଇଁ ନିମନ୍ତେ ରାହାଣେଙ୍କୁ ଡୋମେସ୍ଟିକ ମ୍ୟାଚ ଖେଳିବା ଆବଶ୍ୟକ ବୋଲି ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଜାହିର ଖାନ କହିଛନ୍ତି। ଜାହିରଙ୍କ ମତରେ ରାହାଣେଙ୍କୁ ବର୍ତ୍ତମାନ ଅଧିକ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ତାଙ୍କର ଟେକନିକ ସୁଧାର ସହ ପୁରୁଣା ଲୟ ପୁଣି ଥରେ ହାସଲ କରିବା ଦରକାର।
ଭାରତୀୟ ଟେଷ୍ଟ ଦଳର ଉପଧିନାୟକ ଦାୟିତ୍ୱରେ ରାହାଣେ ଥିଲେ ମଧ୍ୟ ସ୍କୋର କରିବାରେ ବିଫଳ ହେବା ଟିମ ମ୍ୟାନେଜମେଣ୍ଟର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି। ଅନ୍ୟ ପକ୍ଷରେ ରାହାଣେଙ୍କ ଏହି ସ୍ଥାନ ନେବାକୁ ବର୍ତ୍ତମାନ ଭାରତୀୟ ଦଳରେ ହନୁମା ବିହାରୀ ଏବଂ ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି।



