
ନୂଆଦିଲ୍ଲୀ, ୦୬/୦୯/୨୧ (ଜିଲ୍ଲା ଖବର) : ଜଣାଶୁଣା ଗାୟକ ରାହୁଲ ବୈଦ୍ୟ, ନିକଟରେ ସ୍ବର୍ଗତଃ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପାଇଁ ଏକ ଗୀତ ଗାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ରାହୁଲ ବିଗବସ ୧୪ରେ ପ୍ରତିଯୋଗୀ ଥିଲେ । ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ, ଅନେକ ଲୋକ ସିଦ୍ଧାର୍ଥଙ୍କ ସହ ଥିବା ପୁରୁଣା ସ୍ମୁତି ସେୟାର କରୁଛନ୍ତି । ଆଉ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାହୁଲ ତାଙ୍କର ଖାସ ବନ୍ଧୁଙ୍କ ମନପସନ୍ଦର ଗୀତ ତାଙ୍କ ପାଇଁ ଗାଉଛନ୍ତି ।
ହଠାତ୍ ସିଦ୍ଧା୍ର୍ଥଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାତ୍ର ୪୦ ବର୍ଷ ବୟସରେ ୨ ସେପ୍ଟେମ୍ବରରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ଯାଇଛି । ତେବେ ତାଙ୍କ ଦେହାନ୍ତ ପରେ ବଲିଉଡ ଏବଂ ଟେଲି ଦୁନିଆଁର ଅନେକ କଳାକାର ତାଙ୍କୁ ନିଜ ନିଜ ଶୈଳୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତେବେ ସିଦ୍ଧାର୍ଥଙ୍କ ବନ୍ଧୁ ରାହୁଲ ମଧ୍ୟ, ତାଙ୍କୁ ତାଙ୍କର ମନପସନ୍ଦର ଗୀତ ଗାଇ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
ସୂଚନାଯୋଗ୍ୟ: ଭାଇରାଲ ହେଉଥିବା ଭିଡିଓଟି ହେଉଛି ଏକ କନସର୍ଟର ଭିଡିଓ ଯେଉଁଥିରେ ରାହୁଲ,ସିଦ୍ଧାର୍ଥଙ୍କ ପ୍ରିୟ ଗୀତ ଗାଉଛନ୍ତି । ଏବଂ କହୁଛନ୍ତି ଯେ, ମୋର ଜଣେ ଘନିଷ୍ଠ ବନ୍ଧୁ ଏ ଦୁନିଆଁ ଛାଡି ଚାଲି ଯାଇଛନ୍ତି । ମୁଁ ତାଙ୍କୁ ଏହି ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେହାକୁ ଚାହୁଁଛି । ଏହି ଗୀତ ସିଦ୍ଧାର୍ଥଙ୍କର ବହୁତ୍ ପ୍ରିୟ ଥିଲା । ଆଉ ଆଜି ମୁଁ ତୁମ ପାଇଁ ଏହି ଗୀତ ଗାଇବାକୁ ଚାହୁଁଛି ।


