
ସମ୍ୱଲପୁର,୦୬/୦୯/୨୧ (ଜିଲ୍ଲା ଖବର) : ମଦ ଦୋକାନୀଙ୍କୁ ଆଇଆଇସିଙ୍କ ଅନୁକମ୍ପା । ମଦ ବିରୋଧୀ ଲୋକଙ୍କ ନାରେ FIR ଦେବାପାଇ IIC ଅନୁରୋଧ କରୁଛନ୍ତି ମଦ ଦୋକାନୀଙ୍କୁ । ଏନେଇ ଏକ ଭିଡିଓ ଭାଇରଲ ହୋଇଛି । ମଦ ଦୋକାନ କୁ ବିରୋଧ କରୁଥିବା ଲୋକଙ୍କ ନାରେ ଥାନାରେ ଅଭିଯୋଗ କରିବା ପାଇ ଦୋକାନ ମାଲିକଙ୍କୁ ଅନୁରୋଧ କରୁଛନ୍ତି । ସମ୍ବଲପୁର ହୀରାକୁଦ ୧୧ ନମ୍ଵର ଓ୍ଵାଡ ଝାଙ୍କରପଡାରେ ମଦ ଦୋକାନ ଖୋଲିବାକୁ ବିରୋଧ କରି ଥାନାରେ ଅଭିଯୋଗ କରିବା ସହ ଜିଲ୍ଲାପାଳ, ଏସପି, ଆରଡିସି ଓ ଡିଆଜିଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
ଏନେଇ ହୀରାକୁଦ ବରିଷ୍ଟ ନାଗରିକମାନେ ଦିର୍ଘ ୧୭ ଦିନ ହେବ ଗଣଧାରଣ ଦେଇଛନ୍ତି । ଏହି ସମୟରେ ହୀରାକୁଦ ଆଇଆଇସି ଚିତ୍ତରଞ୍ଜନ ନାୟକ ମଦ ଦୋକାନ ମାଲିକ ସହ କଥା ହୋଇଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ହୀରାକୁଦ ଥାନା ଅଧିକାରୀ ମଦ ଦୋକାନ ମାଲିକଙ୍କୁ ଫୋନ୍ କରି ତାଙ୍କ ନାଁରେ ଥାନାରେ FIR ଦେବାକୁ କହିଛନ୍ତି ।



