
୦୬/୦୯/୨୧ (ଜିଲ୍ଲା ଖବର) : ଓଭାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଭାରତର ପଲ୍ଲା ଭାରି ଅଛି। ଇଂଲଣ୍ଡ ସାମ୍ନାରେ ଦଳ ୩୬୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଭାରତର ଦ୍ୱିତୀୟ ଇନିଂସ ୪୬୬ ରନ୍ ପାଇଁ ଆଉଟ୍ ହୋଇଛି। ଟିମ୍ ଇଣ୍ଡିଆ ପାଇଁ ରୋହିତ ଶର୍ମା (୧୨୭) ଶତକ ହାସଲ କରିଥିଲେ। ଏହା ବ୍ୟତୀତ ଚେତେଶ୍ୱର ପୂଜାରା (୬୧), ଶାର୍ଦ୍ଦୁଲ ଠାକୁର (୬୦) ଏବଂ ରିଷଭ ପନ୍ତ ଚମତ୍କାର ଅର୍ଦ୍ଧଶତକ ଖେଳିଥିଲେ। ବିରାଟ କୋହଲି ୪୪ ରନ୍ କରିଥିଲା।
ଅନ୍ୟପକ୍ଷରେ କ୍ରିସ୍ ୱୁକ୍ସ ଇଂଲଣ୍ଡ ପାଇଁ ତିନୋଟି ୱିକେଟ୍ ନେଇଥିବାବେଳେ ଓଲି ରବିନ୍ସନ୍ ଏବଂ ମୋଏନ୍ ଅଲି ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇଥିଲେ।



