
୦୬/୦୯/୨୧ (ଜିଲ୍ଲା ଖବର) : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୃର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ପ୍ରଭାବରେ ଦୁଇ ଦିନ ଧରି ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଦୁଇ ଦିନ ଧରି ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ଲାଗି ରହିବାକୁ ଥିବା ବେଳେ ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ପରିମାଣ ଅଧିକ ରହିବ।
ଏହି ଜିଲ୍ଳା ଗୁଡିକ କୋରାପୁଟ, ଗଜପତି, କଳାହାଣ୍ଡି, କନ୍ଧମାଳ, ପୁରୀ। ଏହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ ନୁଆପଡା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁର ଇତ୍ୟାଦି ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ରହିଛି । ଅନ୍ୟପଟେ କେତେକ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ କରାଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ସମୁଦ୍ର ଭିତରକୁ ପ୍ରବେଶ ପାଇଁ ମଧ୍ୟ ବାରଣ କରାଯାଇଛି । ସେହିପରି ଆଗାମୀ ୧୧ ତାରିଖରେ ଆଉ ଏକ ଲଘୁଚାପ ଆସିବା ନେଇ ମଧ୍ୟ ସୂଚନା ରହିଛି।


