Monday, November 16, 2026
Home ଆଞ୍ଚଳିକ ଆଜି ଭିସି ମାଧ୍ୟମରେ ହିମାଚଳ ବାସୀଙ୍କ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଭିସି ମାଧ୍ୟମରେ ହିମାଚଳ ବାସୀଙ୍କ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

15

୦୬/୦୯/୨୧ (ଜିଲ୍ଲା ଖବର) : ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ କର୍ମଚାରୀ ଓ ଟିକାକରଣ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ସହ ଆଜି ଦିନ ୧୧ଟାରେ ଭିସି ମାଧ୍ୟମରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ଟିକାକରଣରେ ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଟିକାର ପ୍ରଥମ ଡୋଜ୍ ଲାଗିସାରିଛି। ଭୌଗୋଳିକ ସ୍ଥିତିକୁ ପ୍ରାଥମିକତା ଦେବା ସହ ଦୁର୍ଗମ ଅଞ୍ଚଳ ଚିହ୍ନଟ ଓ ଘରକୁ ଘର ବୁଲି ଆଶାକର୍ମୀ ମାନେ ଟିକାରଣକୁ ବ୍ୟାପକ କରିଛନ୍ତି ।

ଏହି ଅଭିଯାନ ସଫଳ ହୋଇଥିବା ବେଳେ ରାଜ୍ୟର ଜନସାଧାରଣ ମାନଙ୍କର ମଧ୍ୟ ଏଥିରେ ସହଯୋଗ ରହିଛି। ଟିକାକରଣରେ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ବାସୀଙ୍କ ସହ ମତ ବିନିମୟ କରିବେ। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।