
୦୬/୦୯/୨୧ (ଜିଲ୍ଲା ଖବର) : ଆଜିଠୁ ୬ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ବିଶେଶ୍ୱର ପ୍ରଥମ ଓଡିଶା ଗସ୍ତରେ ଆସୁଥିବା ଜଣାପଡିଛି । ଅସୁସ୍ଥତା କାରଣରୁ ସେ ପୂର୍ବରୁ ଆସି ପାରିନଥିବା ବେଳେ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଞ୍ଚିବା ପରେ ପ୍ରଥମେ ସେ ଲିଙ୍ଗରାଜଙ୍କ ଦର୍ଶନ କରିବେ।
ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହପରି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ସମ୍ଭର୍ଦ୍ଧନା ଦିଆଯିବାକୁ ଥିବା ବେଳେ ଆସନ୍ତା କାଲି ସେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।


