Sunday, November 15, 2026
Home ଆଞ୍ଚଳିକ ବ୍ୟାକଲେସ୍ ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ମଲ୍ଲିକା

ବ୍ୟାକଲେସ୍ ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ମଲ୍ଲିକା

9

ନୂଆଦିଲ୍ଲୀ,୦୬/୦୯/୨୧ (ଜିଲ୍ଲା ଖବର) : ହିସାରର ଏକ ଛୋଟ ଗାଁରେ ଜନ୍ମିତ ଅଭିନେତ୍ରୀ ମଲ୍ଲିକା ସେରାଓ୍ବତ୍ ବଲିଉଡରୁ ହଲିଉଡ ଯାଏଁ ସବୁଠି ପରିଚିତ । ଫିଲ୍ମ’ମର୍ଡର’ରେ ବୋଲ୍ଡ ସିନ୍ ଦେଇ ବଲିଉଡରେ ହଙ୍ଗାମା ମଚାଇଥିବା ଅଭିନେତ୍ରୀ  ମଲ୍ଲିକା ଏବେବି, ନିଜ ବୋଲ୍ସଡ ଅବତାର ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ମଲ୍ଲିକା । ଇନଷ୍ଟାଗ୍ରାମ ମାଧ୍ୟମରେ ସେ ସବୁବେଳେ ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି ।

ସେ ସେୟାର କରୁଥିବା ଫଟୋ ହେଉ ବା ଭିଡିଓ ବେଶ ଭାଇରାଲ ହୋଇଥାଏ  । ତେବେ ନିକଟରେ ତାଙ୍କର ସେମିତି ଏକ ପୋଷ୍ଟ ସୋସିଆଲ ମିଡିଆରେ ଛାଇ ଯାଇଛି । ଏହି ପୋଷ୍ଟରେ ମଲ୍ଲିକା ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯାହାକି ଏକ ଆଓ୍ବାର୍ଡ ଫଙ୍କସନର ବୋଲି ନଜର ଆସୁଛି । ତାଙ୍କର ଏହି ପୋଷ୍ଟଟି ତାଙ୍କ ଡ୍ରେସ ପାଇଁ ହିଁ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବ୍ୟାକଲେସ ଡ୍ରେସ ପିନ୍ଧିଛନ୍ତି ।

ଭିଡିଓରେ ସେ ତାଙ୍କ ଡ୍ରେସ ସମ୍ଭାଳୁଥିବା ନଜର ଆସୁଛନ୍ତି । ଏହି ଡ୍ରେସରେ ସେ ଏକଦମ୍ ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି । ଏହି ଭିଡିଓଟି ତାଙ୍କ ପୁରୁଣା ଭିଡିଓ ସତ, କିନ୍ତୁ ତାଙ୍କ ଡ୍ରେସ୍ ପାଇଁ ଅନେକ ଲୋକ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଆଉ କିଛି ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି ।