
ଭୁବନେଶ୍ୱର,୦୬/୦୯/୨୧ (ଜିଲ୍ଲା ଖବର) : ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ସ୍ୱଭାବିକ ରହିପାରେ ଗୃହ କାର୍ଯ୍ୟ । ତେବେ ଆଜି ପ୍ରଶ୍ନକାଳରେ ସ୍ୱରାଷ୍ଟ୍ର,ଅର୍ଥ,ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ,ନିର୍ମାଣ,ଅବକାରୀ,ଇସ୍ପାତ ଓ ଖଣି,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଭଳି ୭ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୂନ୍ୟକାଳରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଚାଷ ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୋସନ ଆଣିପାରନ୍ତି ସରକାର । ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ଭଳି ପ୍ରସଙ୍ଗ ହୋଇପାରେ ଦୀର୍ଘ ସମୟ ଆଲୋଚନା । ସେହିପରି ଅପରାହ୍ନ ଅଧିବେଶନରେ ପୌର ଓ ପଞ୍ଚାୟତ ନିର୍ବାଚନ ସଂଶୋଧନ ବିଲ ଗୃହରେ ପାରିତ ହେବାକୁ ଥିବା ବେଳେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଧିନିୟମ ବିଲ ସମେତ ଦୁଇଟି ବିଲ ଗୃହରେ ପାରିତ ହେବ ।


