
ନୂଆଦିଲ୍ଲୀ, ୦୬/୦୯/୨୧ (ଜିଲ୍ଲା ଖବର) : ବଲିଉଡର ଚୁଲବୁଲି ନାୟିକା କ୍ୟାଟ୍ରିନା କୈଫ୍, ସବୁବେଳେ ଅଭିନୟ ଓ ତାଙ୍କ ଡାନ୍ସ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାରେ, କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ତାଙ୍କୁ ତାଙ୍କ ଫ୍ୟାନ୍ସମାନେ ବାର୍ବି ଡଲ ବୋଲି ମଧ୍ୟ କୁହନ୍ତି । ଏବେ ସୋସିଆଲ ମିଡିଆରେ ତାଙ୍କ ନେଇ ଚର୍ଚ୍ଚା ଯୋର ଧରିଛି । ତାଙ୍କର ନୂଆ ନୂଆ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ଏବେ ଅଭିନେତା ସଲମାନ ଖାନଙ୍କ ସହ ତୁର୍କିରେ ତାଙ୍କର ଆଗାମୀ ଫିଲ୍ମ’ଟାଇଗର ୩’ର ସୁଟିଂ କରୁଛନ୍ତି କ୍ୟାଟ୍ । ସେଠାରୁ ସେ ତାଙ୍କ ଲାଟେଷ୍ଟ ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର କରୁଛନ୍ତି । ନିକଟରେ ସଲମାନ ଏବଂ କ୍ୟାଟ୍ରିନା ତୁର୍କିର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ଯାଇଥିଲେ । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଏହାପରେ କ୍ୟାଟ୍ରିନା ତାଙ୍କର ଏକ ଡାନ୍ସ ଭିଡିଓ ମଧ୍ୟ ସେୟାର କରିଛନ୍ତି । ସେ ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ତାଙ୍କ କୋରିଓଗ୍ରାଫରଙ୍କ ସହ ଡାନ୍ସର ନୂଆ ଷ୍ଟେପ୍ ଶିଖୁଥିବା ନଜର ଆସୁଛନ୍ତି ।


