Tuesday, October 13, 2026
Home ଆଞ୍ଚଳିକ ଝରଣା ପାଣିରେ ବସି ଧ୍ୟାନ କଲେ ରାଧିକା

ଝରଣା ପାଣିରେ ବସି ଧ୍ୟାନ କଲେ ରାଧିକା

7

ନୂଆଦିଲ୍ଲୀ, ୦୬/୦୯/୨୧ (ଜିଲ୍ଲା ଖବର) : ନୂଆ ନୂଆ ସ୍ଥାନ ବୁଲିବାକୁ ଭାରି ଭଲ ପାଆନ୍ତି ଟେଲିଭିଜନ ତଥା ବଲିଉଡ ଅଭିନେତ୍ରୀ ରାଧିକ ମଦାନ୍ । କିଛି ଦିନ ଧରି  ଭିନ୍ନଭିନ୍ନ ଜାଗା ଯାଇ ସେ ଛୁଟି କଟାଉଛନ୍ତି । ଲଦାଖରୁ ଆସିବା ପରେ ସେ,  ଅନେକ ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ଆଉ ଏବେ ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ପୁଣି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ରଖର ଝରଣା ପାଣିରେ ବସିଛନ୍ତି ଏବଂ ଧ୍ୟାନ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।

ରାଧିକା ଏହି ଭିଡିଓରେ ପ୍ରଖର ଝରଣା ପାଣିରେ ବସି ଧ୍ୟାନ କରୁଛନ୍ତି । ଏହା ହେଉଛି ମହାରାଷ୍ଟ୍ରର ସିଲିମ୍ ର ଦୃଶ୍ୟ । ଏହା ଦେଖିବା ପରେ ଫ୍ୟାନ୍ସ ମାନେ ନିଜ ନଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଏବଂ ତାଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି।

ପ୍ରକାଶ ଥାଉକି,ଦିଲ୍ଲୀର ପିତମପୁରାରେ ରହୁଥିବା ଅଭିନେତ୍ରୀ ରାଧିକା ମଦାନ, ବଲିଉଡର ଜଣେ ଜଣାଣୁଣା ଚେହେରା । ୨୦୧୪ରେ ସେ ଟେଲି ଧାରାବାହିକ’ ମେରେ ଆସିକି ତୁମସେ ହି’ ମାଧ୍ୟମରେ ଡେବ୍ୟୁ କରିଥିଲେ । ୨୦୧୫ରେ ‘ଝଲକ ଦିଖଲା ଜା’ରେ ଅଂଶଗ୍ରହଣ କରିଥିଲେ । ୨୦୧୮ରେ  ଫିଲ୍ମ’ପଟାଖା’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ସେ । ଏହାପରେ ସେ ଆଉ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।