
ନବରଙ୍ଗପୁର, ୦୬/୦୯/୨୧ (ଜିଲ୍ଲା ଖବର) : ନବରଙ୍ଗପୁରରେ ଲଜ୍ଜା । ମାକୁ ମରଣାନ୍ତକ ଆକ୍ରମଣ କରି ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ । ତେନ୍ତୁଳି ଖୁଣ୍ଟା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । ଅଭିଯୋଗକୁ ଭିତ୍ତିକରି ତେନ୍ତୁଳିଖୁଣ୍ଟି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟପଟେ ଆକ୍ରମଣର ଶିକାର ହୋଇଥିବା ମା’ କୋରାପୁଟ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।
ମା, ଝିଅ ନିଜ ଜମିକୁ କାମ କରିବାକୁ ଯାଇଥିଲେ । ଜମି କାମ ସାରି ଉଭୟ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିଲା । ଝିଅ ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ ବାପା । ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଟ କରିଛି । ଅଭିଯୁକ୍ତ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ।



