Tuesday, November 17, 2026
Home ଆଞ୍ଚଳିକ ହିଂଜିଳିକାଟୁ ପଞ୍ଚାୟତ ସମିତିର ଏକାଦଶତମ ସାଧାରଣ ବୈଠକ ଅନୁଷ୍ଠିତ

ହିଂଜିଳିକାଟୁ ପଞ୍ଚାୟତ ସମିତିର ଏକାଦଶତମ ସାଧାରଣ ବୈଠକ ଅନୁଷ୍ଠିତ

21

ହିଂଜିଳିକାଟୁ ବ୍ଲକ ର ସମ୍ମିଳନୀକକ୍ଷରେ ପଞ୍ଚାୟତ ସମିତିର ଏକାଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଏନରଘୁନାଥଙ୍କ ଅଧ୍ୟକ୍ଷତାରେ ବିଡ଼ିଓ ଶ୍ରୀ ସୁବ୍ରତ କୁମାର ଜେନା ସଭା ପରିଚାଳନ କରିଥିବା ବେଳେ ହିଂଜିଳି ବିଧାୟକଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା,ତହସିଲଦାର ପ୍ରଭାତ କୁମାର ପରିଡା, ସରକାରୀ ନିର୍ବାହି ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ,ସମସ୍ତ ସରପଞ୍ଚ ଓ ସମିତିସଭ୍ୟ,ଜିଲ୍ଲା ପରିଷଦ, ବ୍ଲକ ର ସମସ୍ତ କର୍ମଚାରୀ ଓ ସାମ୍ୱାଦିକ ଯୋଗଦେଇ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। ଏଥିରେ ପ୍ରଥମେ ବିଡିଓ ଶ୍ରୀ ଜେନା ସ୍ଵାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା କରି ସରକାରୀ କର୍ମଚାରୀ ମାନେ ଜନ ପ୍ରତିନିଧି ମାନଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କଲେ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ଲୋକ ମାନଙ୍କ ପାଖରେ ପହଂଚି ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ ।ପରେ ସାଧାରଣ ବଣ୍ଟନ, ଶିକ୍ଷା, ସମାଜ କଲ୍ୟାଣ, କୃଷି, ଉଦ୍ୟାନ ଓ , ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ, ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ, ବିଦ୍ୟୁତିକରଣ, ଅନୁସୂଚିତ ଜାତି ଓ ଜନଜାତି, ଉନ୍ନୟନମୂଳକ କାର୍ଯ୍ୟଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସମସ୍ତ ସମିତିସଭ୍ୟ ଓ ସରପଞ୍ଚ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।ଆଗକୁ ଆସୁଥିବା କରୋନା ର ତୃତୀୟ ଲହରରେ ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ରିପୋର୍ଟ: ତାପସ କୁମାର ପଣ୍ଡା