Monday, October 12, 2026
Home ଆଞ୍ଚଳିକ ଆଦିବାସୀ ମହାବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ

ଆଦିବାସୀ ମହାବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ

8

ବାଲିଗୁଡ଼ା,୦୬/୯( ଜିଲ୍ଲା।ଖବର):
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ବିଭାଗୀୟ ମୁଖ୍ୟ ଡ ବିଭୂତି ଭୂଷଣ ଆଚାର୍ଯ୍ୟ ଅଧ୍ୟାପିକା ସ୍ନେହଲତା ମାଝୀ ଅଧ୍ୟାପିକା ସୁଲୋଚନା କହଁର ଯୋଗ ଦେଇ ସମ୍ମାନ ଅନ୍ତିମ ବର୍ଷ ଛାତ୍ର ଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଗୁରୁବନ୍ଦନ ଗୁରୁ ପୂଜନ ସହ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ସୀତାକାନ୍ତ ସାହୁ ଶାଶ୍ଵତୀ ପାଢ଼ୀ ଦିପୁନ୍ ସାହୁ କଳ୍ପନା ନାୟକ ଦୀପକ ଓଵିଲ୍ସନ ପ୍ରଧାନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।