
ବାଲିଗୁଡ଼ା,୬/୯,(ଜିଲ୍ଲା ଖବର):
ତୁମୁଡିବନ୍ଧ ଜାଲେସପଟା ଆଜି ଡ୍ରାଇଭର ମାନଙ୍କ ସମସ୍ୟା ଉପରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାକର ମଲିକ, ରାଜ୍ୟ କଲ୍ୟାଣ ପାଣ୍ଟି ସଭାପତି ଦେବଦତ୍ତ ଡାକୁଆ, କନ୍ଧମାଳ ଜିଲ୍ଲା ସଭାପତି ବାସବ କହର, କନ୍ଧମାଳ ଜିଲ୍ଲା ସମ୍ପଦକ ମୋନରଞନ,ଜିଲ୍ଲା ଉପସଭାପତି ଅନନ୍ତ କୁମାର ମାଝି,କନ୍ଧମାଳ ଜିଲ୍ଲା ଉପଦେଷ୍ଟା ଫିଲିପ କୁମାର ଦିଗାଳ, ବାଲିଗୁଡା ଶାଖା ସଭାପତି ଅଭିରାମ ଦିଗାଳ, ତୁମୁଡିବନ୍ଧ ଶାଖା ସଭାପତି ପ୍ରସାନ୍ତ ପଟ୍ଟନାୟକ, ତୁମୁଡିବନ୍ଧ ଶାଖା ସମ୍ପାଦକ ମିଟୁ ପ୍ରଧାନ,ଗଞ୍ଜାମ ଜିଲ୍ଲା ସଭାପତି ସିମାଞ୍ଚଳ ବେହେରା, କନ୍ଧମାଳ ଜିଲ୍ଲାର ଦଶଟି ଶାଖାର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ଡ୍ରାଇଭର ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା | ସରକାର ଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି ଜେ ଡ୍ରାଇଭର ମାନଙ୍କୁ ସମସ୍ତ ପ୍ରକାରର ସାମାଜିକ ସୁରକ୍ଷା, ବାର୍ଦ୍ଧକ୍ୟ କାଳୀନ ସହାୟତା, ଡ୍ରାଇଭରମାନଙ୍କ ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ଡ୍ରାଇଭରମାନଙ୍କପାଇଁ ପ୍ରତି 100 କି ମି ବ୍ୟାବଧାନ ଆଶ୍ରୟ ସ୍ଥଳି ନିର୍ମାଣ କରିବା ,ବାଲିଗୁଡା ଠାରେ R TO Office ସ୍ଥାପନ କରିବା , ଫାସଟେଡ଼୍ ଟ୍ରେନିଂ ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ଠାରେ ଦାବି କରିଛନ୍ତି ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ


