
ବାଲିଗୁଡ଼ା,୦୬/୯(ଜିଲ୍ଲା ଖବର):
ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସିସି) ଆଜିଠାରୁ ରାଜ୍ୟର ଏ ବର୍ଗର ୪୩ ଟି ରୁଟରେ ବସ୍ ଚଳାଚଳ ଆରମ୍ଭ କରିଛି। ଆଜି ବାଲିଗୁଡା ରୁଟ ଦେଇ ତିନୋଟି ବସ୍ ଚଳାଚଳକରିଛି | ଲାଞ୍ଜିଗଡ କଟକ -ଏହି ବସ୍ ଟି ଲାଞ୍ଜିଗଡ ରୁ ଅପରାହ୍ନ ୩.୧୫ ରୁ ବାହାରି ମୁନିଗୁଡା, ବାଲିଗୁଡା ରେ ରାତ୍ର ୮ଟାରେ ପହଞ୍ଚି ଫୁଲବାଣୀ ଦେଇ କଟକ ଯାଇଥିଲା | ଫୁଲବାଣୀ ଜୟପୁର ବସ୍ – ଫୁଲବାଣୀ ରୁ ସନ୍ଧ୍ୟା ୬.୩୦ ରେ ବାହାରି ବାଲିଗୁଡା ରେ ରାତ୍ର ୮.୩୦ ରେ ପହଞ୍ଚି ଜୟପୁର ଯାଇଥିଲା |ଭୁବନେଶ୍ୱର ଟୁ ଉମରକୋଟ – ଭୁବନେଶ୍ୱର ରୁ ଦିନ ୩.୩୦ରେ ବାହାରି ବାଲିଗୁଡା ରେ ରାତ୍ର ୧୦/୯ରେ ପହଞ୍ଚି ଉମରକୋଟ ଅଭିମୁଖେ ଯାଇଥିଲା | ବସ୍ ଗୁଡିକ ପୂର୍ଣ୍ଣ ବସିବା କ୍ଷମତା ସହିତ ମାସ୍କ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା କୁ ବାଧ୍ୟତାମୂଳକ କରାଯାଇଛି | କୋଭିଡ -19 ଆଦର୍ଶକୁ ପାଳନ କରିବା OSRTC ବସରେ ଯାତ୍ରା କରିବା ସହିତ କୌଣସି ଯାତ୍ରୀଙ୍କୁ ବସ୍ରେ ଠିଆ ହେବାକୁ ଦିଆଯିବ ନାହିଁ। ବସ୍ ଗୁଡିକ ପୂର୍ଣ୍ଣ ବସିବା କ୍ଷମତା ସହିତ ଚଲାଇବାକୁ ଅନୁମତି ଦିଆଯାଇଛି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ




