Sunday, November 15, 2026
Home ଆଞ୍ଚଳିକ ବାଇକ ଚୋରି ଅଭିଯୋଗରେ ଜଟଣୀ ପୋଲିସ ଚୋରଙ୍କୁ ଗିରଫ

ବାଇକ ଚୋରି ଅଭିଯୋଗରେ ଜଟଣୀ ପୋଲିସ ଚୋରଙ୍କୁ ଗିରଫ

196

ଜଟଣୀ,୫/୯(ଜିଲ୍ଲା ଖବର) : ବାଇକ ଚୋରି ଅଭିଯୋଗରେ ଜଟଣୀ ପୋଲିସ ଚୋରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀ ପୌରାଞ୍ଚଳର ବାବୁ ଓରଫ ଏସ୍.କେ. ସାହବୁଦ୍ଦିନ୍, ବାଦଲ ଓରଫ ଏସ୍.କେ.ସ୍ବାଧୀନ, ରାଜା ଓରଫ ଜଗନ୍ନାଥ ବାରିକ ଏବଂ ରଥପୁର ଗ୍ରାମର ବାସା ଓରଫ ଏସ୍.ଜେ.ବସୁରୁଦ୍ଦିନ। ଏମାନଙ୍କ ନିକଟରୁ ୨ଟି ବାଇକ୍ ଓ ୨ଟି ସ୍କୁଟି ଜବତ ହୋଇଛି। ସୂଚନା ମୁତାବକ ଆଖପାଖ ଅଞ୍ଚଳରେ ବାଇକ୍ ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିଲା । ଅଭିଯୋଗକୁ ଭିତ୍ତକରି ପୋଲିସ ଶୁକ୍ରବାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ବାଇକ୍, ସ୍କୁଟି ଜବତ କରିଥିଲା। ଏନେଇ ଥାନାରେ ଏକ ମାମଲା (ନଂ.୪୫୩/୨୧) ରୁଜ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ।

ରିପୋର୍ଟ, ସଞ୍ଜୀବ କୁମାର ।