
ଆସିକା,୫/୯(ଜିଲ୍ଲା ଖବର) : ଆସିକା ସ୍ଥିତ ହରିହର ଉଚ୍ଚ ବିଦ୍ୟାଳୟ ପରିସରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ , ଆସିକା ଦ୍ବାରା ଆୟୋଜିତ ଗୁରୁପୂଜନ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବରିଷ୍ଠ ଶିକ୍ଷକ ଶ୍ରୀ ମିହିର କାନ୍ତ ମହାପାତ୍ର ସଭାପତିତ୍ବ କରିଥିଲେ। ଉକ୍ତ ଉତ୍ସବରେ ଆସିକା ଗୋଷ୍ଠି ଉନ୍ନୟନ ଅଧିକାରି ରୋଷନ କୁମାର ଶତପଥି ମୁଖ୍ୟ ଅତିଥି, ଆସିକା ଗୋଷ୍ଠି ଶିକ୍ଷାଧିକାରି ଶ୍ରୀ ଭାସ୍କର ଲେଙ୍କା ସମ୍ମାନିତ ଅତିଥି, ଶ୍ରୀ ଟି ଭାସ୍କର ରାଓ ବକ୍ତା ଆସନ ଅଳକୃତ କରିଥିଲେ। ପ୍ରେରଣା ଦାୟୀ ବକ୍ତବ୍ୟ ପ୍ରଦାନ ସହ ୧୨ ଜଣ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଭବ୍ୟ ସମ୍ବଦ୍ଧନା ଜ୍ଞାପନ କରିଥିଲେ।

ସଂଘର ଉପଦେଷ୍ଠା ଶ୍ରୀ ବିଚିତ୍ର ବିହାରୀ ଦାସ, ଶ୍ରୀ ରାଧାନାଥ ପଟ୍ଟନାୟକ,ସଭାପତି ଶ୍ରୀ ସନ୍ତୋଷ କୁମାର ସେଠୀ, ସଂପାଦକ ଶ୍ରୀ ସରୋଜ କୁମାର ନାୟକ, କାର୍ଯ୍ୟକାରି ସଭାପତି ଶ୍ରୀ ବାୟମନ ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ।


ସଂଘର ଅନ୍ୟ କର୍ମକର୍ତ୍ତା ଶିକ୍ଷକ ଜୟରାମ ନାୟକ, ଶିବ ଶଙ୍କର ଜେନା, ସନ୍ତୋଷ କୁମାର ବେହେରା, ସୁନୀଲ କୁମାର ମିଶ୍ର, ଗଣପତି ସେଠୀ ,ଧୋବା ବେହେରା, ବିଦ୍ୟାଧର ସାହୁ, ସିମାଞ୍ଚଳ ସେଠୀ, ବଂଶୀଧର ପରିଡା, ନିରଞ୍ଜନ ପରିଡା, ସତ୍ୟନାରାୟଣ ସେଠୀ, ସମିର କୁମାର ନୟକ, ସୁମନ ବାଡତ୍ୟ, ବାଳକୃଷ୍ଣ ହୋତା,ହରପ୍ରିୟା ଉପାଧ୍ୟୟ,ସନ୍ତୋଷିନୀ ମୁନି, ଲକ୍ଷୀପ୍ରିୟା ପାତ୍ର, ରାଧାମୋହନ ଡାକୁଆ, ରାମାରାଓ ପାତ୍ର, ପ୍ରଶାନ୍ତ କୁମାର ବେହେରା,ସରୋଜ କୁମାର ପ୍ରଧାନ ଇତ୍ୟାଦି ଉତ୍ସବର ସୁପରିଚାଳନା ଦାୟତ୍ବ ସଂପାଦନ କରିଥିଲେ। ବ୍ଳକର ଦୁଇଶହ ପଚାଶରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିଲେ।
ରିପୋର୍ଟ କମଳେନ୍ଦୁ ହୋତା ।


