
ଆସିକା,୫/୯(ଜିଲ୍ଲା ଖବର) : “ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ବର”। ଆଜି ପବିତ୍ର ଗୁରୁ ଦିବସ। ସ୍ବର୍ଗତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସାରାଦେଶରେ ଆଜି ଗୁରୁ ଦିବସ ରୂପେ ପାଳିତ କରାଯାଇଛି । ଏହି ଉପଲକ୍ଷେ ବାବନପୁର ଗ୍ରାମ ପଞ୍ଚାୟତର ଯୁବ ସମାଜ ସେବି ଆର୍ତତ୍ରାଣ ନାୟକ ଓ ସନାତନ ବେହେରାଙ୍କ ଦ୍ଵାରା ଆଦର୍ଶ ଶିଶୁ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ଆଜି ଗୁରୁ ଦିବସ ପାଳିତ ହୋଇଛି । ଏହି ଦିବସରେ ଉପସ୍ଥିତ ପ୍ରଧାନ ଗୁରୁଜୀ ସତ୍ୟବାନ ଗଉଡ, ଶିକ୍ଷକ ମଦନ ମୋହନ ବଡତ୍ୟା, ବିଦ୍ୟାଳୟର ସମ୍ପାଦକ ସନ୍ତୋଷ କୁମାର ଜେନା ଏବଂ ଏହି ପରି ୨୦ ଉର୍ଦ୍ଧ ଗୁରୁଜୀ ଓ ଗୁରୁମ। ଉପସ୍ଥିତ ଥିଲେ । ବିଦ୍ୟାଳୟର କୁନି କୁନି ଛାତ୍ରୀମାନଙ୍କ ଦ୍ବାରା ଗୁରୁ ବନ୍ଦନା ସଂଗୀତ ପରିବେଷଣ ହୋଇଥିଲା । ଯୁବକ ମାନେ ଗୁରୁଙ୍କୁ ସସମ୍ମାନେ ଆସନ ଅଳଙ୍କୃତ, ଉପଢୌକନ, ଫୁଲମାଳ, ପାଦପୂଜା କରିଥିବା ଦେଖିବାକୁ ମିଳିଛି। ଭାରତୀୟ ପରମ୍ପରାର ନିଛକ ଛବି ଗୁରୁଦିବସର ଏହି ମହାନ ଦିନଟିକୁ ଶିଶୁ ମନ୍ଦିରର ଗୁରୁମା, ଗୁରୁଜୀ ଓ ଛାତ୍ରଛାତ୍ରୀ ବେଶ୍ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିଥିଲେ। ଯୁବକ ମାନେ ବିଦ୍ୟାଳୟ ପରିସରରେ ଥିବା ଆବର୍ଜନା କୁ ସଫା କରିଥିଲେ ଏବଂ ଶିକ୍ଷକ ଓ ଶିକ୍ଷୟୀତ୍ରୀଙ୍କୁ ପୁଷ୍ପ ମ।ଲ୍ୟ ଦେଇ ଚରଣ ସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଆୟୋଜିତ ଉତ୍ସବରେ ଯୁବକ ମାନେ ସର୍ବଦା ଗୁରୁଙ୍କୁ ଆଦର, ସମ୍ମାନ ଜଣାଇବା ସହ ଶିକ୍ଷା ଓ ଆଦର୍ଶ ଗ୍ରହଣ କରିବାକୁ ମତ ରଖିଥିଲେ । ଉକ୍ତ ପବିତ୍ର ଦିବସରେ ଗ୍ରାମର ୱାର୍ଡ ମେମ୍ବର ଶ୍ରୀ ଶ୍ୟାମ ସୁନ୍ଦର ବେହେରା ଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାହକଙ୍କ ସହ ସରୋଜ କୁମାର ଭଞ୍ଜ , ସଞ୍ଜୟ ରାଉତ , ଲାଲ କୃଷ୍ଣ ବାଡତ୍ୟା, ସତିଶ କୁମାର ନାୟକ, ସିମାଞ୍ଚଳ ପ୍ରଧାନ,ଅଜିତ କୁମାର ବେହରା, ଶିପୁନ ପ୍ରଧାନ ।


