
ଆସିକା ,୫/୯(ଜିଲ୍ଲା ଖବର) : ପବିତ୍ର ଗୁରୁଦିବସ ଅବସରରେ AUPTF ଆସିକା ଶାଖା ଆନୁକୁଲ୍ୟରେ କରୋନା ସଚେତନତା ବାଇକ୍ ରାଲି ମାନନିୟା ବିଧାୟୀକା ଶ୍ରୀମତି ମଞ୍ଜୁଳା ସ୍ବାଇଁଙ୍କ ଦ୍ବାରା ଆସିକା ବିଜୁପଟ୍ଟନାୟକ ଛକ ଠାରେ ପୁର୍ବାହ୍ନ ୧୧ ଘଣ୍ଟା ସମୟରେ ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସେମାନେ କରୋନା ସଚେତନତା ସଂପର୍କିତ ବିଭିନ୍ନ ପ୍ଳାକାର୍ଡ ଧରି ସମସ୍ତ ସହରବାସିଙ୍କୁ ସଚେତନାର ବାର୍ତ୍ତା ପହଞ୍ଚାଇଥିଲା। ଏହି ଶୋଭାଯାତ୍ରା ଆସିକା ବିଜୁପଟ୍ଟନାୟକ ଛକ ଠାରୁ ଆରମ୍ଭ ହୋଇ ଆସିକା ବସଷ୍ଟାଣ୍ଡ,ପାକଲା ପଲ୍ଲୀ ଛକ, ତାଲୁକା, ସୁନାମ୍ବ ସାହି, ବଜାରସାହି, କୋର୍ଟ,ଖମ୍ବେଶ୍ବରୀ ପାଟଣା, ହରିହର ଛକ, ଲକ୍ଷ୍ମିବଜାର, ବିନାୟକ ବଜାର ଅତିକ୍ରମ କରି ପରିଶେଷରେ ହାଟପଦାସ୍ଥ Ex- ବୋର୍ଡ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପରି ସମାପ୍ତି ହୋଇଥିଲା।

ଏହାପରେ ଏହି ବିଦ୍ୟାଳୟ ପରିସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ AUPTF ଆସିକା ଶାଖାର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପାଣିଗ୍ରାହୀ, ମୁଖ୍ୟ ଅତିଥି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଭାଷ୍କର ଲେଙ୍କା , ସମ୍ପାଦକ ଶ୍ରୀ ଅର୍ଜୁନ ନାହାକ, ଜିଲ୍ଲା ସହ ସମ୍ପାଦକ ଶ୍ରୀ ସିମାଞ୍ଚଳ ସାହୁ, ସଂଘର ଜିଲ୍ଲା ସଦସ୍ୟ ଶ୍ରୀ ଶିବରାମ ଗୌଡ, ଶ୍ରୀ ଅମୀୟ ସିନ୍ଧୁ ମୁନୀ ଓ ଶ୍ରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ସଂଯୋଜନାରେ ଶ୍ରୀ ଶୁଭେନ୍ଦୁ ଶେଖର ଜେନା, ଶ୍ରୀ ଜଗନ୍ନାଥ ଦାଶ,ଶ୍ରୀ ବିଶ୍ବନାଥ ସେଠୀ, ଶ୍ରୀ ମନୋରଞ୍ଜନ ପାଢୀ, ଶ୍ରୀ କାଳୁଚରଣ ଲେଙ୍କା, ଶ୍ରୀ ଭବାନୀଶଙ୍କର ପାତ୍ର, ଶ୍ରୀ ପାଣ୍ଡବ ନାୟକ, ଶ୍ରୀ ଶିବଶଙ୍କର ସ୍ବାଇଁ, ଶ୍ରୀ ଅସିତ କୁମାର ନାୟକ, ଶ୍ରୀ ବରୁଣ ବେହେରା, ଶ୍ରୀ ବ୍ରଜମୋହନ ପାତ୍ର ଆଦି ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ରିପୋର୍ଟ, ଲିନା କୁମାରୀ ସ୍ବାଇଁ ।





