Thursday, November 12, 2026
Home ଆଞ୍ଚଳିକ ଫ୍ୟାମିଲି ଫଟୋ ସେୟାର କରି ଏମିତି କହିଲେ କରୀନା

ଫ୍ୟାମିଲି ଫଟୋ ସେୟାର କରି ଏମିତି କହିଲେ କରୀନା

9

ନୂଆଦିଲ୍ଲୀ, ୦୫/୦୯/୦୨୧ (ଜିଲ୍ଲା ଖବର) : ବଲିଉଡର କପୁର ସିଷ୍ଟର କରୀନା କପୁର ଏବଂ କରୀସ୍ମା କପୁର କେବଳ ଦୁଇ ଭଉଣୀ ନୁହଁନ୍ତି , ବରଂ ଦୁହେଁ ବହୁତ୍ ଭଲ ସାଙ୍ଗ ମଧ୍ୟ । ଅନେକ ସମୟରେ ଦୁହେଁ ଏକାଠି ମସ୍ତି କରୁଥିବା ଦେଖିବାକୁ ମିଳେ । ସବୁଠାରୁ ଖାସ କଥା ହେଉଛି , ଦୁହେଁ  ନିଜ ପିତା-ମାତାଙ୍କର ବହୁତ୍ ନିକଟତର । ଏବଂ ସେମାନେ ତାଙ୍କ ପରିବାରକୁ ତାଙ୍କର ଦୁନିଆଁ ବୋଲି ମଧ୍ୟ ମାନନ୍ତି ।

ନିକଟରେ କରୀନା କପୁର ତାଙ୍କ ପିତା-ମାତା ଏବଂ ଭଉଣୀ କରୀସ୍ମା କପୁରଙ୍କ ସହ ଏକ ଫ୍ୟାମିଲି ଫଟୋ ସେୟାର କରିଛନ୍ତି । ଫଟୋରେ ସମସ୍ତେ ଏକାଠି ବସିଥିବାର ନଜର ଆସୁଛନ୍ତି । ଏଥିରେ କରୀନା ଏକ ହ୍ବାଇଟ କଲର ଟି-ସର୍ଟ ଏବଂ ଡେନିମ ପ୍ୟାଣ୍ଟ ପିନ୍ଧି କାଜୁଆଲ ଲୁକରେ  ନଜର ଆସୁଥିବା ବେଳେ, କରୀସ୍ମା କପୁର ଏକ ବ୍ଲାକ୍ ଲୁଜ୍ ଟି-ସର୍ଟ ପିନ୍ଧି ଏକଦମ ଷ୍ଟନିଂ ଲୁକରେ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି କରୀନା ଲେଖିଛନ୍ତି ଯେ, ‘ମୋ ଦୁନିଆଁ’ । ଏହା ସହିତ ସେ ହାର୍ଟ ଇମୋଜି ଦେଇଛନ୍ତି । ତାଙ୍କର ଏହି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।