ଦୁଇ ପରିବାର ମଧ୍ୟରେ ହାତାହାତି, ଜଣେ ମୃତ

10

କଟକ,୦୫/୦୯/୦୨୧ (ଜିଲ୍ଲା ଖବର) : ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକର ସିଦ୍ଧେଶ୍ୱର ସାହିରେ । ଦୀର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଯାହାକି ଗତକାଲି ଉଗ୍ର ରୂପ ନେଇଛି । ଉଭୟ ପରିବାର ମଧ୍ୟରେ ସଂଘର୍ଷ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦୀପକ ସାମଲ।

ସେହିପରି ୬ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତରୁ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି। ୧୯୯୩ ମସିହାରୁ ଉଭୟ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା।ଘଟଣାରେ ପୋଲିସ ୫ଜଣଙ୍କୁ ଅଟକ ରଖିଛି।