Wednesday, November 11, 2026
Home ଅପରାଧ ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀ, ସ୍ତ୍ରୀ ମୃତ

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀ, ସ୍ତ୍ରୀ ମୃତ

7

ବ୍ରହ୍ମପୁର, ୦୫/୦୯/୦୨୧ (ଜିଲ୍ଲା ଖବର) : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡକ ପଞ୍ଚାୟତରେ। ଖଟ ଉପରୁ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଝୁଲନ୍ତା ଅବସ୍ଥାରେ ସ୍ୱାମୀର ମୃତଦେହ ମିଳିଛି ।

ସ୍ତ୍ରୀର ବେକରେ କଟା ଦାଗ ରହିଛି । ତେଣୁ ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ପୁରୁଷୋତ୍ତମପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ଦୁଇଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।