
ନୂଆଦିଲ୍ଲୀ , ୦୫/୦୯/୦୨୧ (ଜିଲ୍ଲା ଖବର) : ଆଜି ହେଉଛି ଡାଇରେକ୍ଟର,ପ୍ରଡ୍ୟୁସର ବିନ୍ଦୁ ବିନୋଦ ଚୋପ୍ରାଙ୍କ ଜନ୍ମଦିନ । ଆଜି ସେ ତାଙ୍କର ୬୯ତମ ଜନ୍ମଦିନ ପାଳନ କରୁଛନ୍ତି । ୫ ସେପ୍ଟେମ୍ବର ୧୯୫୨ରେ, ଶ୍ରୀନଗରରେ ଏକ ପଞ୍ଜାବୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ବଲିଉଡ ଫିଲ୍ମ’ମୁନ୍ନା ଭାଇ ଏମବିବିଏସ,’ଲଗେରହୋ ମୁନା ଭାଇ’, ‘୩ ଇଡିୟଟ୍ସ’, ‘ପିକେ’, ସଞ୍ଜୁ’ ଭଳି ଅନେକ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ ।
ସେ ତାଙ୍କ କ୍ୟାରିୟରରେ ଫିଲ୍ମର ନିର୍ଦ୍ଦେଶନା,ସ୍କିପ୍ଟ ରାଇଟିଙ୍ଗ ଠାରୁ ଆରମ୍ଭ କରି ପ୍ରଡ୍ୟୁସରର ଦାୟିତ୍ବ ମଧ୍ୟ ସମ୍ଭାଳିଛନ୍ତି । ଏବେବି ସେ ତାଙ୍କର କାମ ଜାରି ରଖିଛନ୍ତି । ନିଜ ଫିଲ୍ମ ପାଇଁ କଳାକାର ବାଛିବାରେ ବେଶ ଗୁରୁତ୍ବ ଦିଅନ୍ତି ବିନ୍ଦୁ ବିନୋଦ୍ । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଢେରସାରା ଶୁଭକାମନା ।


