Thursday, November 12, 2026
Home ଆଞ୍ଚଳିକ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ, ୪୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ, ୪୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ

5

୦୫/୦୯/୦୨୧ (ଜିଲ୍ଲା ଖବର) : ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କ ସ୍ମୃତିଚାରଣ କଲେ ରାଷ୍ଟ୍ରପତି । ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ତେଣୁ ନିଜ ସ୍କୁଲ ଯାଇ ଶିକ୍ଷକଙ୍କୁ ସମ୍ମାନ ଜଣାଇଥିବା କହିଲେ ରାଷ୍ଟ୍ରପତି । ଆମମାନଙ୍କ ଜୀବନକୁ ସଶକ୍ତ କରିବାରେ ଗୁରୁଙ୍କ ଭୂମିକା ରହିଛି । ଗୁରୁ ହିଁ ସାକ୍ଷାତ ଈଶ୍ୱର; ଏହି ବିଶ୍ଵାସ ଚିରକାଳ ରହିଛି, ରହିବ’।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମଙ୍କ ସ୍ମୃତିଚାରଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ୪୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିଛି ଜାତୀୟ ପୁରସ୍କାର । ଭଦ୍ରକ ଜିଲ୍ଲା ସ୍କୁଲର ଅଶୋକ କୁମାର ଶତପଥୀ ଏବଂ ଗଞ୍ଜାମ ଛତ୍ରପୁର ୟୁପିଏସର ଅଜିତ କୁମାର ସେଠୀଙ୍କୁ ପୁରସ୍କୃତ କରାଯାଇଛି । ଉନ୍ନତ ଶିକ୍ଷାଶୈଳୀ ପାଇଁ ମିଳିଛି ସମ୍ମାନଜନକ ପୁରସ୍କାର।