Sunday, November 15, 2026
Home ଆଞ୍ଚଳିକ ଗୁରୁ ଦିବସ ଅବସରରେ ସମ୍ମାନିତ ହେବେ ଆଦର୍ଶ ଶିକ୍ଷକ

ଗୁରୁ ଦିବସ ଅବସରରେ ସମ୍ମାନିତ ହେବେ ଆଦର୍ଶ ଶିକ୍ଷକ

6

୦୫/୦୯/୦୨୧ (ଜିଲ୍ଲା ଖବର) : ଗୁରୁ ଦିବସ ଅବସରରେ ସମ୍ମାନିତ ହେବେ ଆଦର୍ଶ ଶିକ୍ଷକ। ଶିକ୍ଷାଦାନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ଦେଶର କିଛି ଜଣ ଆଦର୍ଶ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସକାଳ ୧୦.୩୦ସମୟରେ ରାଷ୍ଟ୍ରପତି ଶିକ୍ଷକ ମାନଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଏନେଇ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସ୍ୱାଧିନତାର ୭୫ ବର୍ଷ ଅବସରରେ ଦେଶ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛି। ଏହାର ଅଧିନରେ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ନୁଆ ଶିକ୍ଷାନୀତିକୁ ନେଇ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଶିକ୍ଷକ ପର୍ବ ପାଳନ କରାଯାଉଛି। ଏଥିରେ ଶିକ୍ଷା ଜଗତ ପ୍ରତି ଅତୁଳନୀୟ ଅବଦାନ ଥିବା କିଛି ଶିକ୍ଷକ ମାନଙ୍କୁ ବଛାଯାଇଥିବା ବେଳେ ସେମାନଙ୍କୁ ରାଷ୍ଟ୍ରପତି ଆଜି ରାଷ୍ଟ୍ରପତି ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି।