ବିଲରେ ମରୁଡି ପରିସ୍ଥିତି, ସହି ନପାରି ଚାଷୀର ଆତ୍ମହତ୍ୟା !

11

କେନ୍ଦ୍ରାପଡା, ୦୫/୦୯/୦୨୧ (ଜିଲ୍ଲା ଖବର) : କେନ୍ଦ୍ରାପଡାରେ ଚାଷୀ ଆତ୍ମହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ହାଟସାହି ଗ୍ରାମର ଅମର କୁମାର ଜେନା ଧାନ ବିଲରେ ମରୁଡି ସ୍ଥିତି ଦେଖି ଆତ୍ମହତ୍ୟା କରିଥିବା ଜଣାପଡିଛି । ଶନିବାର ଅମର କୁମାର ନିଜ ଧାନ ବିଲରେ ଔଷଧ ନେଇ ପକାଇବାକୁ ଯାଇଥିଲେ ! ହେଲେ ସଂଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ । ପରିବାର ଲୋକେ ଲୋକ ଖୋଜାଖୋଜି କଲା ପରେ ରାତି ୭ଟା ସମୟରେ ବିଲରେ ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ତେବେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ । ଅମର ଧାର କରଜ କରି ୫ ଏକର ଧାନ ଚାଷ କରିଥିଲେ। ସ୍ୱଳ୍ପ ବର୍ଷା ପାଇଁ ଧାନ ବିଲରେ ମରୁଡି ଦେଖାଦେଇଥିବା ବେଳେ ଅମର ହତାସ ହୋଇ ପୋକ ମରା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।