Sunday, November 15, 2026
Home ଆଞ୍ଚଳିକ ନୂଆ ଫଟୋସୁଟରେ ଦର୍ଶକଙ୍କୁ ଫିଦା କଲେ ମଲାଇକା

ନୂଆ ଫଟୋସୁଟରେ ଦର୍ଶକଙ୍କୁ ଫିଦା କଲେ ମଲାଇକା

8

ନୂଆଦିଲ୍ଲୀ, ୦୫/୦୯/୦୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜର ଷ୍ଟାଇଲ ଓ ଲୁକ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କୁ ବଲିଉଡର ଫ୍ୟାଶନ କୁଇନ୍ ବୋଲି ବି କୁହାଯାଏ । ୪୫ ବର୍ଷ ବୟସ ଅତିକ୍ରମ କରିବା ପରେ ବି, ବି-ଟାଉନରେ ତାଙ୍କର କ୍ରେଜ୍ କମି ନାହିଁ । ସେ ତାଙ୍କର ଫିଟନେସ୍ ପ୍ରତି ମଧ୍ୟ ବହୁତ୍ ସଜାଗ ରୁହନ୍ତି । ସୋସିଆଲ ମିଡିଆରେ ସେ ତାଙ୍କ ଫିଟନେସ ଭିଡିଓ ମଧ୍ୟ ସେୟାର କରନ୍ତି ।   

ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ମଲାଇକା । ସେ ତାଙ୍କ ଫଟୋ ଓ ଭିଡିଓ ସେୟାର କରି, ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ନିକଟରେ ମଲାଇକା ମେଟେଲିକ୍ ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଡ୍ରେସ୍ ସାଙ୍ଗକୁ ତାଙ୍କ ଅନ୍ଦାଜ ସତରେ ଖୁବ୍ ସୁନ୍ଦର  ଲାଗୁଛି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  

ହଳଦିଆ,ନୀଳ,ଗୋଲାପି ରଙ୍ଗର ତାଙ୍କର ଏହି ଡ୍ରେସରେ, ମଲାଇକା ଏକଦମ୍ ଆକ୍ଟ୍ରାଟିଭ୍ ଲାଗୁଛନ୍ତି । ସାଇନିଂ ଆଉଟଫିଟ ସହିତ ସେ ହାଲକା ମେକଅପ୍ ନେଇଛନ୍ତି । ତାଙ୍କର ଏହି ଲୁକ୍ସକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।