Sunday, November 15, 2026
Home ଆଞ୍ଚଳିକ ବିଦ୍ୟୁତ୍ ଜାମ ୱ।ଲ ଓ ନନ୍ଦିତା ମହତାନିଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା

ବିଦ୍ୟୁତ୍ ଜାମ ୱ।ଲ ଓ ନନ୍ଦିତା ମହତାନିଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା

10

ନୂଆଦିଲ୍ଲୀ,୦୫/୦୯/୦୨୧ (ଜିଲ୍ଲା ଖବର) : ଦର୍ଶକମାନେ ସବୁବେଳେ  ସେଲିବ୍ରେଟିଙ୍କ ପ୍ରେମ କାହାଣୀ ଓ ସେଲିବ୍ରଟିଙ୍କ ବିବାହକୁ ଦେଖି ବେଶ ଖୁସି ହୁଅନ୍ତି । ତେବେ ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯେ, ଇଣ୍ଡଷ୍ଟ୍ରିର ଦମଦାର ଆକ୍ସନ ହିରୋ ବିଦ୍ୟୁତ୍ ଜାମଓ୍ବାଲ୍ ନିଜ ଗର୍ଲଫ୍ରେଣ୍ଡ ନନ୍ଦିତା ମହତାନିଙ୍କ ସହ ନିର୍ବନ୍ଧ କରିଛନ୍ତି । ପ୍ରକୃତରେ ବିଦ୍ୟୁତ୍ ଏବଂ ନନ୍ଦିତା ନିକଟରେ ତାଜମହଲ ନିକଟରେ ନଜର ଆସିଥିଲେ । ତାଙ୍କର ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ହେଲେ ସବୁଠାରୁ ଖାସକଥା ହେଉଛି, ନନ୍ଦିତାଙ୍କ ହାତରେ ମୁଦି ଦେଖି ସମସ୍ତେ ଅନୁମାନ କରୁଛନ୍ତି ଯେ, ଦୁହେଁ କାହାକୁ ନଜଣାଇ ବୋଧେ ନିର୍ବନ୍ଧ କରିଛନ୍ତି । ହେଲେ ବର୍ତ୍ତମାନ ଯାଏଁ ଏହାକୁ ନେଇ  ଦୁହେଁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

ସୂଚନାଯୋଗ୍ୟ : ଗତ ଶନିବାର ଦିନ ପ୍ରେମର ପ୍ରତୀକ ତାଜମହଲରେ ପହଞ୍ଚିଥିଲେ ବଦ୍ୟୁତ୍ ଏବଂ ନନ୍ଦିତା । ତାଙ୍କର କିଛି ରୋମାଣ୍ଟିକ୍ ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ବୁଦ୍ୟୁତ୍ ଜଣେ ଆକ୍ସନ ହିରୋ ହୋଇଥିବା ବେଳେ, ନନ୍ଦିତା ହେଉଛନ୍ତି ଜଣେ ଜଣାଶୁଣା ଫ୍ୟାଶନ ଡିଜାଇନର୍ । ଯିଏକି ଅନେକ ବଡ ବଡ କଳାକାରଙ୍କ ଡ୍ରେସ ଡିଜାଇନ କରନ୍ତି ।