Wednesday, November 11, 2026
Home ଆଞ୍ଚଳିକ ପୁଣି ବିବାଦରେ ଗଜପତି DFO, ସୁରକ୍ଷାକର୍ମୀଙ୍କୁ ସାଥିରେ ନେଇ କରୁଛନ୍ତି ମଉଜମସ୍ତି

ପୁଣି ବିବାଦରେ ଗଜପତି DFO, ସୁରକ୍ଷାକର୍ମୀଙ୍କୁ ସାଥିରେ ନେଇ କରୁଛନ୍ତି ମଉଜମସ୍ତି

7

୦୫/୦୯/୦୨୧ (ଜିଲ୍ଲା ଖବର) : ଧରାପଡିଗଲା ଡିଏଫ୍ଓଙ୍କ ଡାହା ମିଛ। ଅଫିସ କାମ ସମୟରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କରୁଛନ୍ତି ପିକନିକ। ସୌମ୍ୟଙ୍କ ମୃତ୍ୟୁ କଥା ପଚାରିଲେ କହୁଛନ୍ତି ଡିଷ୍ଟର୍ବ କରନାହିଁ, ବ୍ୟସ୍ତ ଅଛି। ଭାଇରାଲ ଭିଡିଓ ଖୋଲିଦେଲା ଡିଏଫ୍ଓଙ୍କ ଅସଲ ମୁଖା। ଅଫିସ ଟାଇମରେ ଯାଇ ଗଣ୍ଡାହାତୀ ଜଳ ପ୍ରପାତରେ ମଜଉମସ୍ତି କରୁଛନ୍ତି ଡିଏଫ୍ଓ ।

ସାଙ୍ଗରେ ପୁଣି ସୁରକ୍ଷା କର୍ମି। ସରକାରୀ ଅର୍ଥରେ ପିକନିକ୍ କରୁଥିଲେ ସଂଗ୍ରାମ କେଶରୀ ଗଜପତି ଡିଏଫ୍ଓଙ୍କ ନାଁରେ ଲାଗିଛି ଦଫା ୩୦୨ । ସୌମ୍ୟ ମୃତ୍ୟୁ ଘଟଣାରେ ସଂଗ୍ରାମ କେଶରୀ ବେହେରା ହତ୍ୟା ଅଭିଯୁକ୍ତ । ବିଦ୍ୟାଭାରତୀଙ୍କ ସହ ଅନୈତିକ ସଂପର୍କ ଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ । ତତକାଳୀନ ସୁରକ୍ଷାକର୍ମୀ ଡିଏଫ୍ଓଙ୍କୁ ବିଦ୍ୟାଭାରତୀଙ୍କ ଘରକୁ ଯାଉଥିବାର ଦେଖିଥିବା କହିଛନ୍ତି । ରାତି ୧୨ ଟାରୁ ୧୨ ୩୦ରେ ଯାଉଥିବା କହିଥିଲେ ତତକାଳୀନ ସୁରକ୍ଷାକର୍ମୀ। ଡିଏଫ୍ଓଙ୍କ ସୁରକ୍ଷାରେ କି ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। କାହିଁକି ରାତାରାତି ବଦଳିଲେ ଜଙ୍ଗଲ ମନ୍ତ୍ରୀଙ୍କ ପିଏସ୍। ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚର ତଦନ୍ତ।