Wednesday, November 11, 2026
Home ଆଞ୍ଚଳିକ ଓଲଟା ଝୁଲିଲେ ଉର୍ବଶୀ

ଓଲଟା ଝୁଲିଲେ ଉର୍ବଶୀ

13

ନୂଆଦିଲ୍ଲୀ, ୦୫/୦୯/୦୨୧ (ଜିଲ୍ଲା ଖବର) : ବଲିଉଡର ଜଣେ ଜଣାଶୁଣା  ଅଭିନେତ୍ରୀ ହେଉଛନ୍ତି  ଉର୍ବଶୀ ରୌତେଲା  ।  ସେ ତାଙ୍କର ହଟ୍ ଏବଂ ଗରଜିୟସ୍ ଲୁକକୁ ନେଇ ବେଶ ପରିଚିତ । ସୋସିଆଲ ମିଡିଆରେ ଉର୍ବଶୀକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଫ୍ୟାନ୍ସଙ୍କ ହୃଦୟ ଜିତିବାରେ ଉର୍ବଶୀ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ସବୁବେଳେ ସେ ଫ୍ୟାନ୍ସଙ୍କ ସହ ଫଟୋ , ଭିଡିଓ ସେୟାର କରି , ଯୋଡି ହୋଇ ରୁହନ୍ତି । ଫ୍ୟାନ୍ସମାନେ ମଧ୍ୟ ଉର୍ବଶୀଙ୍କର ବୋଲ୍ଡ ଲୁକକୁ ବେଶ ପସନ୍ଦ କରନ୍ତି । କେବଳ ଏତିକି ନୁହେଁ, ଏହା ସହିତ ସେ ଖୁବ୍ କଠିନ ଓ୍ବାର୍କଆଉଟ ମଧ୍ୟ କରନ୍ତି ।

ତେବେ ନିକଟରେ ଉର୍ବଶୀଙ୍କର ଏକ ଭିଡିଓ ତାଙ୍କ ଫ୍ୟାନ ପେଜରେ ସେୟାର କରାଯାଇଛି । ଭିଡିଓଟି ତାଙ୍କ ଜିମ୍ ସମୟର । ଯେଉଁଥିରେ ସେ ଓ୍ବାର୍କଆଉଟ କରୁଥିବା ନଜର ଆସୁଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ,ସେ Boxing Punching Bag ସାହାରାରେ ଓଲଟା ହୋଇ କେମିତି ଝୁଲି ରହି, ଏକ୍ସରସାଇଜ୍ କରୁଛନ୍ତି । ଏହା ସହିତ କ୍ୟାପ୍ସନରେ ଲେଖା ହୋଇଛି ଯେ, ‘’Princess, Quintessential Diva, Youngest Most Beautiful Woman In The Universe’ । ତେବେ ଉର୍ବଶୀଙ୍କର ଜୋସ୍ ଦେଖି ଫ୍ୟାନ୍ସ ଏକଦମ୍ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ପ୍ରସଂଶା ମଧ୍ୟ କରୁଛନ୍ତି ।