
ମୁମ୍ବାଇ, ୦୫/୦୯/୦୨୧ (ଜିଲ୍ଲା ଖବର) : ଆଜି ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଜନ୍ମଦିନ । ୫ ସେପ୍ଟେମ୍ବର ମାନେ, ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ବିହାରର ଗୋପାଳଗଞ୍ଜ ଜିଲ୍ଲାର ବେଲସନ୍ଦ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ବଲିଉଡରେ ଅନେକ ଫିଳ୍ମରେ କାମ କରିଛନ୍ତି ପଙ୍କଜ୍ । ନିଜ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଏବେ ବଲିଉଡର ଜଣେ ଜଣାଶୁଣା ଅଭିନେତା ଭାବେ ସେ ପରିଚିତ ହୋଇ ପାରିଛନ୍ତି । ହେଲେ ବଲିଉଡରେ ଏଣ୍ଟ୍ରି କରିବା ତାଙ୍କ ପାଇଁ ଏତେ ସହଜ ନଥିଲା । ତେବେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ କଥା ।
ଗାଁର ଛୋଟ ନାଟକରୁ ପଙ୍କଜ ତାଙ୍କର ଅଭିୟର କ୍ୟାରିୟର ଆରମ୍ଭ କରିଥିଲେ । ଗାଁରେ ଅନେକ ନାଟକରେ ସେ ଝିଅ ଭୂମିକାରେ ଅଭିନୟ କରିଥିଲେ । ଥିଏଟରରେ ଯୋଡି ହୋଇ ରହିବା ପାଇଁ ସେ ହୋଟେଲରେ କାମ କରୁଥିଲେ । ୨ ବର୍ଷ ଯାଏଁ ସେ ଏପରି କାମ କରିଥିଲେ । କାହିଁକି ନାଁ, ତାଙ୍କ ପିତା ତାଙ୍କୁ ଅଭିନୟ ଶିଖିବା ପାଇଁ ଟଙ୍କା ଦେଉ ନଥିଲେ ।
୨୦୦୪ରେ ଫିଲ୍ମ ‘ରନ୍’ ମାଧ୍ୟମରେ ସେ ପ୍ରଥମ ବ୍ରେକ୍ ପାଇଥିଲେ । ଏଥିରେ ସେ ଏକ ଛୋଟ ଭୂମିକାରେ ନଜର ଆସିଥିଲେ । ଏହାପରେ ତାଙ୍କୁ ଲଗାତାର ଫିଲ୍ମରେ ଛୋଟଛୋଟ ଭୂମିକା ମିଳିବା ଆରମ୍ଭ ହୋଇଥିଲା । ଅନେକ ଫିଲ୍ମରେ ସେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଥିଲେ । ହେଲେ Gangs of Wasseypurରେ ସେ ବେଶ ପରିଚିତ ହୋଇଥିଲେ । ଏହାର ଡାଇରେକ୍ଟର ଥିଲେ ଅନୁରାଗ କଶ୍ୟପ । ଏହି ଫିଲ୍ମ ମାଧ୍ୟମରେ ସେ ବେଶ ସଫଳତା ଏବଂ ଲୋକପ୍ରିୟତା ପାଇଥିଲେ । ଏହା ସହିତ ସେ କିଛି ଓ୍ବେବ୍ ସିରିଜରେ ମଧ୍ୟ କାମ କରିଛନ୍ତି । ଆଉ ଏବେବି ସେ ତାଙ୍କ ଅଭିନୟର ଯାତ୍ରା ଜାରି ରଖିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।


