
ଭଦ୍ରକ, ୦୫/୦୯/୦୨୧ (ଜିଲ୍ଲା ଖବର) : ହାତୀଦାନ୍ତ ଚୋରା ଚାଲାଣରେ ଭଦ୍ରକ ଲିଙ୍କ । ରାତି ଅଧରେ ରେଡ୍ କରି କାଦବରାଙ୍ଗରୁ ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ ଓ ବନ ବିଭାଗ । ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଏସଟିଏଫ ରେଡ୍ କରିଥିବା ବେଳେ ୩ ଜଣଙ୍କୁ କାବୁ କରିଥିଲା ଏସଟିଏଫ୍ ।
ଏମାନେ ଆଗରପଡା ଥାନା କାଦବରାଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି । ଚଢ଼ାଉ ବେଳେ କିଛି ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ଘଟଣାରେ ମୋଟ କେତେ ଜଣଙ୍କୁ ଗିରଫ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।



