Home ଆଞ୍ଚଳିକ ପ୍ରମୋଦଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥା ହେଲେ ଧର୍ମେନ୍ଦ୍ର

ପ୍ରମୋଦଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥା ହେଲେ ଧର୍ମେନ୍ଦ୍ର

6

୦୫/୦୯/୦୨୧ (ଜିଲ୍ଲା ଖବର) : ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଆମ ରାଜ୍ୟ ଓଡ଼ିଶା ଏବଂ ଦେଶକୁ ଗୌରବାନ୍ୱିତ କରିଥିବା ଓଡିଆ ପୁଅ ପ୍ରମୋଦ ଭଗତଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  ଶ୍ରୀ ପ୍ରଧାନ ଟ୍ଵିଟ କରି ଲେଖିଛନ୍ତି ଯେ, ବିଶ୍ୱ ଚାମ୍ପିୟନ ଏବଂ ଦେଶର ସର୍ବୋତ୍ତମ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆଜି ଆମେ ସମସ୍ତେ ଗର୍ବିତ । ପାରାଲିମ୍ପିକ୍ସରେ ତାଙ୍କର ସ୍ୱର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନୀ ଯୁବ ସମାଜକୁ ପ୍ରେରଣା ଦେବ ।