Sunday, November 15, 2026
Home ଆଞ୍ଚଳିକ ଜଣେ ଗିରଫ ଗଞ୍ଜେଇ ଜବତ

ଜଣେ ଗିରଫ ଗଞ୍ଜେଇ ଜବତ

52

ଖୋର୍ଦ୍ଧାରୋଡ୍,୪/୯ (ଜିଲ୍ଲା ଖବର):
ଜଟଣୀ ଖୋର୍ଦ୍ଧାରୋଡ୍ ଷ୍ଟେସନ୍ ଜିଆର୍ପି ପକ୍ଷରୁ ଗଞ୍ଜେଇ ଚାଲାଣ ବେଳେ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଚାଲାଣକାରୀ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ଦିଲ୍ଲୀ ଅଞ୍ଚଳର ମୋହିତ(୧୯)। ସେ ଗତ କାଲି ରାତିରେ ବ୍ରହ୍ମପୁର ଠାରୁ ଦୁଇଟି ବ୍ୟାଗ୍ରେ ଗଞ୍ଜେଇ ଭର୍ତ୍ତି କରି ଆଣି ବସ୍ ଯୋଗେ ଜଟଣୀ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ପହଞ୍ଚି ରାତିରେ ଦିଲ୍ଲୀ ଯିବା ପାଇଁ ଟ୍ରେନ୍ କୁ ଅପେକ୍ଷା କରିଥିଲା। ଖବୀ ପାଇ ଜିଆର୍ପି ଚଢ଼ାଉ କରି ମୋହିତ୍ କୁ ଧରିଥିଲା। ଏଥି ସହ ଗଞ୍ଜେଇ ଭର୍ତ୍ତି ଦୁଇ ବ୍ୟାଗ୍ ଯାହାର ଓଜନ ବାର କେଜି ଚାରି ଶହ ମୂଲ୍ୟ ୧ଲକ୍ଷ୨୦ହଜାର ହେବ ତାକୁ ଜବତ କରିଥିଲା। କେଶ୍ ସଂଖ୍ୟା ୬୫/୨୧ ଏନ୍ଡିପିଏସ୍ ଧାରା୨୦(ବି)ରେ ମାମଲା ରୁଜ୍ଜୁ କରାଯାଇଥ ଆଜି ଚାଲାଣ କରାଯାଇଥିବା ଜିଆର୍ପି ସୂତ୍ରରୁ ଜଣାପଡ଼ିଛି ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର