Monday, October 12, 2026
Home ଆଞ୍ଚଳିକ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବିଲୋପ ପାଇଁ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବିଲୋପ ପାଇଁ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

21

ବିଷମକଟକ ୪-୯ -(ଜିଲ୍ଲା ଖବର):

ରାୟଗଡା ଜିଲ୍ଲା ଗଞ୍ଜେଇ ଚାଷର ଉତ୍ପତିସ୍ଥଳ କୁହାଯାଉଥିବା ଅପହଞ୍ଚ ଇଲାକା ଚନ୍ଦ୍ରପୁର ବ୍ଲକର ଡାଙ୍ଗସରଡା ପଞ୍ଚାୟତସ୍ଥିତ ଡିଲାଗୁଡି ଗାଁରେ ମୁନିଗୁଡା ଉପଖଣ୍ଡ ପୋଲିସ ଟିମ ତରଫରୁ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଷମକଟକ ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ଆକାଶ ଚନ୍ଦ୍ର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଚନ୍ଦ୍ରପୁର ତହସିଲଦାର ଚିନ୍ମୟ ଦାସ, ଅଷ୍ଟମ ବାଟିଲିୟନ (ଡି)ସିଆରପିଏଫ ସେକେଣ୍ଡ କମାଣ୍ଡାଣ୍ଟ ରାମଅବତାର ବଲଡିଆ,ଇନିସ୍ପେକ୍ଟର ବିରବାହାଦୁର ସିଂ,ମୁନିଗୁଡା ଆଇଆଇସି ସୁଜ୍ଞାନୀ ସାହୁ,କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ହଂସଦା,କୃଷି ଅଧିକାରୀ ରଜନୀ ମିଶ୍ର,ଉଧ୍ୟାନ କୃଷି ଅଧିକାରୀ ଅଶୋକ କୁମାର ସେଠୀ,ଫିସରି ଅଧିକାରୀ କାହ୍ନୁଚରଣ ମୁଖୀ,ଡାଙ୍ଗସରଡା ଫାଣ୍ଡି ଇନଚାର୍ଜ ଘନଶ୍ୟାମ ଶବର,ଚନ୍ଦ୍ରପୁର ଆଇଆଇସି ମୁକୁନ୍ଦଦେବ ନାୟକ,ଉଠା ଜଳସେଚନ ବିଭାଗ ଯନ୍ତ୍ରୀ ହିକକା ରଥ,ସରପଞ୍ଚ ଧନୁମାଝୀ କୁମୁରୁକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ସଂଯୋଜନା ମୁନିଗୁଡା ଆଇଆଇସି ସୁଜ୍ଞାନୀ ସାହୁ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭିକ ଅବିଭାଷାଣରେ ଏସ୍ଡିପିଓ ଶ୍ରୀଯୁକ୍ତ ସାହୁ ଗଞ୍ଜେଇ ଚାଷର ସମ୍ପୂର୍ଣ୍ଣ ବିଲୋପ ଉପରେ ମନ୍ତବ୍ୟ ରଖିବା ସହ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ।କୃଷି ବିଭାଗ,ଉଦ୍ୟାନକୃଷି ବିଭାଗ,ମସ୍ଛବିଭାଗ,କ୍ଷ୍ୟୁଦ୍ର ଜଳସେଚନ ବିଭାଗ,ଉଠା ଜଳସେଚନ ବିଭାଗ ଓ ରେଭିନ୍ୟୁ ବିଭାଗର ଅଧିକାରୀ ମାନେ ଚାଷୀମାନଙ୍କୁ ଗଞ୍ଜେଇ ଚାଷ ପରିବର୍ତ୍ତେ ପରିବା,ଉଦ୍ୟନକୃଷି, ମସ୍ଛୟ,ପଶୁପାଳନ ଓ ଛତୁ ଚାଷ ପାଇଁ ଚାଷୀମାନଙ୍କୁ ପ୍ରବର୍ତ୍ତାଇବା ସହ ସମସ୍ତଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ଅନେକ ଚାଷୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜର ପ୍ରତିକ୍ରିୟାରେ ତାଙ୍କ ଅଂଚଳରେ ହେଉଥିବା ଗଞ୍ଜେଇ ଚାଷ ସେମାନଙ୍କୁ କଳଙ୍କିତ କରୁଛି ଏଣୁ ଅନ୍ୟମାନଙ୍କୁ ଏହି ଚାଷ ନକରି ଅନ୍ୟ ଚାଷ କରି ସ୍ୱାବଲମ୍ବୀ ହେବାକୁ ଉସ୍ଛାହିତ କରିଥିଲେ।ଶେଷରେ ସରପଞ୍ଚ ମହୋଦୟ ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ପଂଚାୟତର ୧୨ଟି ଗାଁରୁ ୭୦୦ରୁ ଅଧିକ ଲୋକ ଭାଗ ନେଇଥିଲେ।

ରିପୋର୍ଟ : ପ୍ରସନ ପଣ୍ଡା