
ଶେରଗଡ଼, ୪/୯(ଜିଲ୍ଲା ଖବର):
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ | ଗତ କୋଡିଏ ବର୍ଷରେ ଶେରଗଡ଼ ବ୍ଲକ ର ବିକାଶ କଥା ଚିନ୍ତା କଲେ ବହୁତ ଆକାଶ ଛୁଆଁ ହୋଇଛି କିନ୍ତୁ ଏଠି ବିକଳ ଚିତ୍ର ମଧ୍ୟ ରହିଛି ଯାହାକି କିଛି ଅଶିକ୍ଷିତ,କିଛି ନଜାଣିପାରିବା ଲୋକ ସେମାନଙ୍କ ସାମାଜିକ ସୁଭିଧା ନପାଇ ନିଜ ଭାଗ୍ୟ କୁ ସାଥୀକରି ରହିଛି |ଏମିତି ଏକ ଦୁଃଖ ଚିତ୍ର ରହିଥିଲା ଶେରଗଡ଼ ବ୍ଲକ ବନ୍ଧାଗୁଡା ପଂଚାୟତ ର ଏକ ମୁଖ୍ୟ ରାସ୍ତା କଡ଼ ରେ |ନାମ ଲଷ୍ମୀ ସିଦ୍ଧିଗୁଲି, ସ୍ୱାମୀ ମୃତ ବୁଲୁ ସିଧୁଗୁଲି, ପାଞ୍ଚ ପୁଅ,, ତିନି ଝିଅ ଙ୍କୁ ନେଇ ତାଙ୍କ ପରିବାର, ପାଞ୍ଚ ପୁଅ ଭିତରେ ବଡ଼ ପୁଅ ବୟସ 22 ବର୍ଷ,ଏବଂ ଆଉ ଦୁଇ ପୁଅ 4ବର୍ଷ ଏବଂ 3ବର୍ଷ ମୋଟ ତିନି ପୁଅ ବିକଳାଙ୍ଗ, ତଥାପି ଲଷ୍ମୀ ଙ୍କଦୁଃଖ ସରିନଥିଲା ଗତ କିଛି ଦିନ ତଳେ ତାଙ୍କ ସ୍ୱାମୀ ଗଛରୁ ପଡି ଜୀବନ ଚାଲି ଗଲା |ଆହାଃ କରିବାକୁ ପାଖରେ କେହି ନାହିଁ ଶାଶୁ, ଶଶୁର ଯାଆ ଦେଢଶୁର ସମସ୍ତେ ଆରପାରିରେ |ଆଠ ଛୁଆଁ ଙ୍କୁ ନେଇ କେମିତି ଚଳିବେ, କଣ ଖାଇବେ ବୁଦ୍ଧି ଦିଶୁନଥିଲା |କେବଳ ସରକାରଙ୍କ 50 କେଜି ଚାଉଳ ପାଉଥିଲେ | ଏମିତିକି ଯେଉଁ ଘରେ ରହୁଛନ୍ତି ଘରେ କବାଟ ମଧ୍ୟ ନାହିଁ, ଭଙ୍ଗା ଗଛ ଖଜୁରୀ ଡାଳ ବାନ୍ଧି ଦ୍ୱାର ମୁହଁରେ ଦେଇ ଭୟରେ ରାତ୍ରି ଯାପନ କରୁଛନ୍ତି |ଏସବୁ ଆମ ପ୍ରତିନିଧି ବିଡ଼ିଓ ସାର ଙ୍କୁ ପ୍ରଥମେ ସୂଚନା ଦେବାପରେ ତତ୍କାଳ ସାହାଯ୍ୟ ସହଯୋଗ କରିବାପାଇଁ ପହଁଚି ଥିଲେ ଅସହାୟ ପରିବାର ପାଖରେ ଏବଂ ଏଭଳି ଦୁଃଖ ଦେଖି ତୁରନ୍ତ ମୁଖ୍ୟମନ୍ତ୍ରୀ ଙ୍କ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ଦେବା ସହ ଆଜି ବ୍ରହ୍ମପୁର ଚାଇଲଡ ଲାଇନ ର ଜିଲ୍ଲା ସଂଯୋଜକ ବ୍ଲକ ଶିଶୁ ସୁରକ୍ଷା ଅଧକାରୀ ଶ୍ରୀମତୀ ଗୀତାଞ୍ଜଳି ରାଉଳ ପହଁଚି ପିଲାମାନଂକୁ କିଭଳି ଥଇଥାନ କରାଯିବ ତା ଉପରେ ବନ୍ଧାଗୁଡା ସରପଞ୍ଚଙ୍କ ସହ ଆଲୋଚନା କରିଦୁଇ ତିନି ଦିନ ଭିତରେ ପିଲାମାନଙ୍କୁ ପାଠ ପଢ଼ା ବ୍ୟବସ୍ଥା ସହ ସହଯୋଗ ର ହାତ ପଢ଼ାଇବେ ବୋଲି ସିଡିପିଓ, ସରପଞ୍ଚ ଏବଂ ଚାଲଡ଼ ଲାଇନ ର ସଂଯୋଜକ କହିଛନ୍ତି | ବିକଳାଙ୍ଗ ପିଲାମାନଙ୍କୁ ଭତା, ଏବଂ ବିଧବା, ଲଷ୍ମୀଙ୍।
ରିପୋର୍ଟ:ଅଖିଳ କୁମାର ପଟ୍ଟନାୟକ



