Thursday, November 12, 2026
Home ଆଞ୍ଚଳିକ ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶୁଣି କୋମାକୁ ଚାଲିଗଲେ ତାଙ୍କର ଜଣେ ଫ୍ୟାନ୍

ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶୁଣି କୋମାକୁ ଚାଲିଗଲେ ତାଙ୍କର ଜଣେ ଫ୍ୟାନ୍

5

ମୁମ୍ବାଇ,୦୪/୦୯/୨୧ (ଜିଲ୍ଲା ଖବର) : ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ବିୟୋଗରେ ତାଙ୍କ ପରିବାର ଠାରୁ ଆରମ୍ଭ କରି ସାଙ୍ଗସାଥି,ପ୍ରଶଂସଙ୍କ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଗତକାଲି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଶେଷ ଦର୍ଶନ କରିବା ପାଇଁ ସେଠାରେ ତାଙ୍କ  ପରିବାର ଓ ବାନ୍ଧବୀ ଶେହନାଜ୍ ଗିଲଙ୍କ ସମେତ, ଅନେକ କଳାକାର ଯାଇ ପହଞ୍ଚିଥିଲେ । ତେବେ ସିଦ୍ଧାର୍ଥଙ୍କ ଯିବା ପରେ ତାଙ୍କ ମା’ ଓ ଶେହନାଜ ଗିଲଙ୍କ ଅବସ୍ଥା ଦେଖିଲେ, ଯେକାହାର ଆଖିରେ ମଧ୍ୟ ଲୁହ ଜକେଇ ଆସିବ । ତାଙ୍କର ଏପରି ଅଚାନକ ବିୟୋଗକୁ କେହି ସହଜର  ବିଶ୍ବାସ ବି କରି ପାରୁ ନାହାଁନ୍ତି । ଏହା ସମସ୍ତଙ୍କୁ ଏକ ବଡ ଝଟକା ଦେଇଛି । ଏହାରି ମଧ୍ୟରେ ଆଉ ଏକ ଦୁଃଖଦ ଖବର ସାୋମ୍ନାକୁ ଆସିଛି ।    

ସୂଚନାଯୋଗ୍ୟ : ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ଖବର ଶୁଣିବା ପରେ ,ତାଙ୍କର ଏମିତି ଜଣେ ଫ୍ୟାନ ଅଛନ୍ତି ,ଯାହାଙ୍କୁ ଗମ୍ଭୀର ଝଟକା ଲାଗିଛି । ସେ କୋମାକୁ ଚାଲି ଯାଇଛନ୍ତି । ସେଲିବ୍ରେଟି ଫଟୋଗ୍ରାଫର Viralbhayani ଏକ ପୋଷ୍ଟ ସେୟାର ଏହାର ସୂଚନା ଦେଇଛନ୍ତି । ସେ ସିଦ୍ଧାର୍ଥ ଶୁକ୍ଳାଙ୍କ ଏକ ଫଟୋ ସେୟାର କରି, ଏଥିରେ ଡକ୍ଟର ଜୟେଶ ଠାକୁର୍ ନାମକ ଏକ ୟୁଜରଙ୍କ ପୋଷ୍ଟ ସେୟାର କରାଯାଇଛି । ସେ ପୋଷ୍ଟରେ  ଲେଖା ହୋଇଛି ଯେ, ‘ବନ୍ଧୁମାନେ, ଆପଣମାନେ ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରନ୍ତୁ । କେବେ ହେଲେ ଏକା ରୁହନ୍ତୁ ନାହିଁ । ନିକଟରେ ସିଦନାଜଙ୍କର  ଜଣେ ଫ୍ୟାନ୍ ବାଥରୁମରେ ବେହୋସ ହୋଇ ଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୟାକରି ଆପଣମାନେ ନିଜ ନିଜର ଯତ୍ନ ନିଅନ୍ତୁ । ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ।

Viralbhayani ସେୟାର କରିଥିବା ପୋଷ୍ଟରେ ଲେଖା ହୋଇଛି ଯେ, ସିଦ୍ଧାର୍ଥ ଶୁକ୍ଳାଙ୍କ ଜଣେ ଫ୍ୟାନ୍ ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶୁଣି ଆଂଶିକ କୋମାକୁ ଚାଲି ଯାଇଛନ୍ତି । ଆମେ ସମସ୍ତେ  ଆଶୁ ଆରୋଗ୍ୟ ପାଇଁ  ପ୍ରାର୍ଥନା କରୁଛୁ । ଆଶା କରୁଛୁ #sidnaaz ଙ୍କ ଫ୍ୟାନ୍ସମାନେ ଏହି କଠିନ ସମୟରେ ଦୃଢ ରହିବେ ।