Wednesday, November 11, 2026
Home ଆଞ୍ଚଳିକ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ ଉଠାଇଲା ବିଜେପି, କହିବାକୁ ସମୟ ଦେଲେନି ବାଚସ୍ପତି

ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ ଉଠାଇଲା ବିଜେପି, କହିବାକୁ ସମୟ ଦେଲେନି ବାଚସ୍ପତି

18

ଭୁବନେଶ୍ୱର,୦୪/୦୯/୨୧ (ଜିଲ୍ଲା ଖବର) :  ଆଜି ବିଧାନସଭା ମୌସୁମୀ ଅଧିବେଶନର ଚର୍ତୁର୍ଥ ଦିନ । ଶୁନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ  ।  କେନ୍ଦ୍ରୀୟ ଯୋଜନାକୁ  ହଡପ କରାଯାଇଛି । ଭୋଟ ବ୍ୟାଙ୍କ ପାଇଁ ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଇଛି ।

ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିନି । ଗୃହ ବଣ୍ଟନରେ ପାତର ଅନ୍ତର କରାଯାଇଛି  । କେନ୍ଦ୍ରୀୟ ଟିମ ୫ ଜିଲ୍ଲାର ୯ ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି  । ଅନିୟମିତତା ହୋଇଥିବା ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରାଇଛନ୍ତି ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି । ହଜାରେ  କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଲେ ମୋହନ ମାଝୀ  ।

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କହିବା ପାଇଁ ଅଧିକ ସମୟ ମାଗିଲେ ବିରୋଧୀଦଳ ମୁଖ୍ୟ ସଚେତକ । ଶୁନ୍ୟକାଳରେ କହିବାକୁ ଅଧିକ ସମୟ ନଦେବାରୁ ବିରୋଧୀ ବିଜେପି ସଦସ୍ୟଙ୍କ ହୋ ହାଲ୍ଲା । ମୁଖ୍ୟ ବିରୋଧୀ ଦଳର ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା କହି ଗାନ୍ଧୀମୂର୍ତ୍ତ ତଳେ ପ୍ରତିବାଦ କରିଛନ୍ତି ବିଜେପି ସଦସ୍ୟ  । ଉପନେତା ବିଷ୍ଣୁ ସେଠୀ ମଧ୍ୟ ଉପସ୍ଥିତ ଅଛନ୍ତି ।