Wednesday, November 11, 2026
Home ଆଞ୍ଚଳିକ ଶୁଖୁନି ସ୍ନେହ କାଙ୍ଗାଳୀ ମା’ ଆଖିର ଲୁହ

ଶୁଖୁନି ସ୍ନେହ କାଙ୍ଗାଳୀ ମା’ ଆଖିର ଲୁହ

7

ନୂଆଦିଲ୍ଲୀ, ୦୪/୦୯/୨୧ (ଜିଲ୍ଲା ଖବର) : ରୋଜଗାରିଆ,ଭେଣ୍ଡିଆ,ଏକୋଇରବଳା ବିଶିକେସନକୁ ହରାଇ ସ୍ନେହ କାଙ୍ଗାଳୀ ମା’ ଆଖିର ଲୁହ ଶୁଖୁନି । ଏକମାତ୍ର ସ୍ନେହର ଭାଇକୁ  ସବୁ ଦିନ ପାଇଁ ହରାଇଛନ୍ତି ଦୁଇ ଭଉଣୀ । ନିଜ ଘନିଷ୍ଠ ବନ୍ଧୁକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି   ଜଣେ ବାନ୍ଧବୀ । ଆଜ୍ଞା  ହଁ, ଆମେ କହୁଛୁ ନିକଟରେ ମାତ୍ର ୪୦ ବର୍ଷ ବୟସରେ ଚିରନିଦ୍ରାରେ ଶୋଇ ଯାଇଥିବା, ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ କଥା । ଗତକାଲି ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ ସରି ଯାଇଛି ।

ତିନି ଭାଇ ଭଉଣୀଙ୍କ ମଧ୍ୟରେ ସିଦ୍ଧାର୍ଥ ଥିଲେ ସବୁଠାରୁ ସାନ । ମା’ଙ୍କ ଗେହ୍ଲା ପୁଅ । ଭଉଣୀମାନଙ୍କର ଆଦରର ଭାଇ । ଶେହନାଜ ଗିଲଙ୍କର ଘନିଷ୍ଠ ବନ୍ଧୁ । ହେଲେ ହଠାତ୍ ତାଙ୍କ ବିୟୋଗ ସମସ୍ତଙ୍କୁ ଏକ ବଡ ଝଟକା ଦେଇଛି । କେହି ଏତେ ସହଜରେ ଏକଥାକୁ ଗ୍ରହଣ କରି ପାରୁ ନାହାଁନ୍ତି । ତେବେ ଗତକାଲି ତାଙ୍କର ଶେଷ ଦର୍ଶକ କରିବା, ପାଇଁ ଶ୍ମଶାନ ଘାଟରେ ତାଙ୍କ ମା’,ଦୁଇ ଭଉଣୀ,ତାଙ୍କ ବାନ୍ଧବୀ ଶେହନାଜ୍ ଗିଲ ଙ୍କ ସମେତ,  ଅନେକ ସେଲିବ୍ରେଟି ମଧ୍ୟ ଯାଇ ପହଞ୍ଚିଥିଲେ ।

ତେବେ ନିକଟରେ  ରାକ୍ଷୀ ସାଓ୍ବନ୍ତ ଏକ ଭିଡିଓ ସେୟାର କରି ସିଦ୍ଧାର୍ଥଙ୍କ ଘରର ଅବସ୍ଥା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ସିଦ୍ଧାର୍ଥଙ୍କ ମା’ ବହୁତ୍ ଦୁଃଖରେ ଅଛନ୍ତି । ସେ କେବଳ ଗୋଟିଏ କଥା କହୁଛନ୍ତି ଯେ, ‘ସେ ଚାଲିଗଲା’ । ଏହା ଶୁଣି ରାକ୍ଷୀ ତାଙ୍କୁ ଆଶ୍ବସନା  ଦେଇ ଏକଥା କହିଛନ୍ତି ଯେ, ସେ କୁଆଡେ ଯାଇ ନାହାଁନ୍ତି । କେବଳ ତାଙ୍କ ଶରୀର ଚାଲି ଯାଇଛି । ହେଲେ ଆତ୍ବା ସବୁବେଳେ ଆମ ପାଖରେ ଅଛି । ତାଙ୍କ ଘର ଉପରେ ଏବେ ଦୁଃଖର ପାହାଡ ଲଦି ହୋଇ ଯାଇଛି । ତେବେ ବର୍ତ୍ତମାନ ସିଦ୍ଧାର୍ଥଙ୍କ ଆତ୍ମାର ଶାନ୍ତି ପାଇଁ ସମସ୍ତେ ପ୍ରାର୍ଥନା କରିବା ଉଚିତ୍ ।